ଭୁବନେଶ୍ବର : ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ ଦୁର୍ଘଟଣା ଘଟାଇ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଝିଅଟି ସାଇକଲରେ ଯାଉଥିବାବେଳେ ତାକୁ ମୋ ବସ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ଦୂର୍ଘଟଣା କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ୩ଟି ବସ ଅଟକ ରଖିଥିବା ସୂଚନା ମିଳିଛି। ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରାଯାଇଛି।
