ଜଣେ ମୃତ, ୭ ଆହାତ
ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ସାନ୍ତରାପୁର ନିକଟରେ ବାଇଟ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମୃତ, ଜଣେ ଆହାତ। ମୃତକ ଜଣ ଙ୍କ ହେଲେ ରୋଡସିଂହା ଗ୍ରାମର ବାବୁଲା ବେହେରା, ଆହତ ଜଣ ଙ୍କ ହେଲେ ସାନ୍ତରାପୁର ଅନିଲ ସେଠି ।

ସୂଚନା ଯେ, ରୋଡସିଂହା ଗ୍ରାମର ବାବୁଲା ବେହେରା, ଆହତ ଜଣ ଙ୍କ ହେଲେ ସାନ୍ତରାପୁର ଅନିଲ ସେଠି ଦୁଇ ଜଣ ଯାକ ମିଶି କି ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରନ୍ତି। ଗତ କାଲି ଦୁହେଁ ମିଶି ବାଇକ୍ ଯୋଗେ ଡ୍ୟୁଟି ଯାଉଥିବା ବେଳେ ସାମ୍ନା ରୁ ଆସୁଥିବା ଏକ ଗାଡି ହେଡ୍ ଲାଇଟ୍ ପକାଇବା ରୁ ବାଇକ୍ ଟି ଭାରସ୍ୟାମ ହରାଇ ଖସି ପଡିଥିଲେ। ଯାହା ଫଳରେ ଦୁହେଁ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ବାବୁଲା ବେହେରା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଖବର ପାଇ ଜରପଡ଼ା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସେହିପରି ମେରାମଣ୍ଡଳୀ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟି ହେବାରୁ ଚାଳକ ଗୁରୁତର ହୋଇ ଥିଲେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣ ଙ୍କ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଛଲକ ଗ୍ରାମର ହୃଦୟ ପ୍ରଧାନ ଙ୍କ ପୁଅ ପ୍ରତାପ ପ୍ରଧାନ ବୋଲି ଜଣାପଡିଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହାଳ ଗ୍ରାମ ନିକଟରେ ଥିବା ମନ୍ଦିର ଗିରି ପାହାଡ଼ ଉପରକୁ ପିକ୍ ଅପ୍ ଗାଡି ଯୋଗେ ପାଣି ନେଇ ଯାଉଥିବା ବେଳେ ଖସି ଆସି ଓଲଟି ପଡିଲା ଗାଡି, ୫ ରୁ ଅଧିକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଆହାତ ମାନେ ହେଲେ ଚନ୍ଦ୍ର ବାହାଳ ଗ୍ରାମର ପ୍ରିନ୍ସି ଦାସ, ଦେବାଶିସ୍ ଦାସ, କ୍ରିଷ୍ଣା ଦାସ ହୋଇଥିବା ବେଳେ ଅନ୍ୟ ମାନଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଯେ, ଆସନ୍ତା କାଲି ମନ୍ଦିର ଗିରି ପାହାଡ ଉପରେ ଯାତ୍ରା ଅନୁଷ୍ଠିତ ହେବ। ଯାହା ଫଳରେ ଗ୍ରାମର କିଛି ଯୁବକ ମାନେ ଏକ ପିକ୍ ଅପ୍ ଗାଡି ଯୋଗେ ପାଣି ନେଇ ଯାଉଥିବା ବେଳେ ହଠାତ୍ ଗାଡି ଟି ଖସି ଆସି ଓଲଟି ପଡିଥିଲା। ଯାହା ଯାହା ରେ ୫ ଜଣ ରୁ ଅଧିକ ଯୁବକ ଆହତ ହୋଇଥିଲା। ଆହାତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣା ପଡିଛି।
