ଅମ୍ଵାଭୋନା (୦୪/୦୨/୨୫) ବରଗଡ଼ ଜିଲ୍ଲା ଅମ୍ଵାଭୋନା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଚ୍ଛାପୁର ଠାରେ ଗତ ରବିବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବାର୍ଷିକ ଉତ୍ସବ ରେ ଦ୍ଵାରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜ୍ଞାନ ରଞ୍ଜନ ଭୋଇ ମୂଖ୍ୟ ଅତିଥି,ଵିଶ୍ବଵାଣୀ ଦୈନିକ ଖବରକାଗଜ ର ସାମ୍ବାଦିକ ଅମ୍ଵାଭୋନା ବ୍ଳକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଥ, ବିଦ୍ୟାଳୟ ର ଚେୟାରମେନ ଶ୍ରୀମତୀ ସୁକୁମାରୀ ମାଝୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ଭୋଇ ଓ ଝାରପାଲୀ ଗ୍ରାମର ଶ୍ରୀମତୀ ନୀଲିମା ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ ।

ଉକ୍ତ ଉତ୍ସବରେ ସହକାରୀ ଶିକ୍ଷକ ଅନିରୁଦ୍ଧ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ନିମନ୍ତ୍ରିତ ଅତିଥି ବୃନ୍ଦ ବିଦ୍ୟାଳୟ ର ଉନ୍ନତି କରଣ ଏବଂ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ କୂମ୍ଭୋ ସି.ଆର.ସି.ସି.ରାମେଶ୍ଵର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଠାକୁରରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରତାପ ଭୋଇ ସାଜସଜ୍ଜା ର ସମସ୍ତ ଦାୟିତ୍ବ ତୁଲାଇଥିଲେ।ଏହାପରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ଏକ କ୍ଷୁଦ୍ର କୋଶଳୀ ନାଟିକା,”ବାଲୁତ ବିର ଧରମା” ମଞ୍ଚସ୍ଥ କରାଯାଇଥିଲା।
