• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁଃଖ ବୁଝୁନାହିଁ ଜ଼ିଲ୍ଲା ପ୍ରଶାସନ : ଆବାସ ଗୃହ ପାଇବା ପାଲଟିଛି ସାତସପନ

Bymamatanews

May 4, 2025
Spread the love

କାଳ ବୈଶାଖୀ ହେଲା କାଳ, ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ

କେନ୍ଦ୍ର ଓ ରାଜ୍ୟ ରେ ନେତୃତ୍ୱ ଡବଲ ଇଞ୍ଜିନ ସରକାର ଙ୍କ ଘୋଷଣା ଗ୍ରାମାଞ୍ଚଳ ରେ ଆଉ ଝାଟିମାଟି ଚାଳ ଛପର ଘର ରହିବ ନାହିଁ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କୁ ଆବାସ ଗୃହ ଯୋଗାଇଦିଆଯିବ। ହେଲେ ଏହା ବାସ୍ତବ ରୂପାୟନ କ୍ଷେତ୍ର ରେ ସମ୍ପୂର୍ଣ ଓଲଟା। ତେଲିଆ ମୁଣ୍ଡରେ ତେଲ ନିଖୁରା ମୁଣ୍ଡିଆ କୁ କିଏ ପଚାରେ। ଏଠି ପକ୍କା ଘରଥବା ବ୍ୟକ୍ତି ଗୋଟିଏ ପରେ ଗୋଟିଏ ବିଭିନ୍ନ ଯୋଜନାରେ ଘର ପାଉଥିବା ବେଳେ ଆର୍ଥିକ ଅନଗ୍ରସର ତଳେ ଥିବା ପ୍ରକୁତ ଯୋଗ୍ୟ ହିତାଧିକାରୀ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଜୀବନ ଯୁଦ୍ଧରେ ପ୍ରକୁତି ସହିତ ପ୍ରତି ମୁହୂର୍ତ୍ତ ରେ ସଂଗ୍ରାମ କରୁଛନ୍ତି। ହଁ ଦର୍ଶକ ବନ୍ଧୁ ଆମେ କହୁଚୁ ଜଗତସିଂହପୁର ବ୍ଲକ ମଣ୍ଡାସାହି ଗ୍ରାମର ଅସି ବର୍ଷୀୟା ବୃଦ୍ଧ ବନମାଳୀ ଜେନା ଏବଂ ଭିନ୍ନକ୍ଷମ ପତ୍ନୀ ମଞ୍ଜୁଲତା ଜେନା ଙ୍କ କଥା। ଚଳିତ ସପ୍ତାହ ରେ ହୋଇଥିବା କାଳ ବୈଶାଖୀ ବର୍ଷା ପବନ ରେ ଝାଟି ମାଟି ଚାଳ ଛପର ଘରେ ବନମାଳୀ ଏବଂ ପତ୍ନୀ ମଞ୍ଜୁଲତା ବିଳମ୍ବିତ ରାତିରେ ଶୋଇଥିଲେ। ହଠାତ ଘଡ ଘଡି ସାଙ୍ଗକୁ ସୁ ସୁ ପବନ ବହିବାରୁ ମଞ୍ଜୁଲତା ଘର ବାହାରକୁ ଆସିଥଲେ ଠିକ ସେହି ସମୟରେ ଝାଟି ମାଟି ଚାଳ ଛପର ଘର ଟି ଭାଙ୍ଗି ପଡିଥିଲା ମଞ୍ଜୁଲତା ଙ୍କ ସ୍ୱାମୀ ବନମାଳୀଙ୍କ ଉପରେ । ବନମାଳୀ ଙ୍କ ଚିତ୍କାର ଶୁଣି ପଡିଶା ଲୋକ ଘଟଣା ସ୍ଥଳରୁ ବନମାଳୀ ଙ୍କୁ ଉଦ୍ଧାର କଲେ। ଏ ସମ୍ପର୍କ ରେ ସ୍ଥାନୀୟ ସରପଞ୍ଚ ବନମାଳୀ ଙ୍କୁ ଆବାସ ଗୃହ ଯୋଗାଇ ଦେବା ନିମନ୍ତେ ଜ଼ିଲ୍ଲାପାଳ, ତହସିଲଦାର, ଆର ଆଇ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ହେଲେ ସରକାରୀ ବାବୁ ଙ୍କ ନିଦ ଅପର୍ଯ୍ୟନ୍ତ ଭାଙ୍ଗି ନାହିଁ କି ଆର୍ଥିକ ସହାୟତା ପ୍ରଦାନ କରାଯାଇନାହିଁ।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *