ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଟପ୍ପର ହେଲେ ଖଣିଜ ବହୁଳ ଭାବରେ ବେଶ୍ ପରିଚିତ ବଡ଼ବିଲ ପୌରାଞ୍ଚଳରେ ରହୁଥିବା ଆଇନଜିବୀ ପ୍ରଦୀପ ମହାନ୍ତି ଙ୍କ ସୁପୁତ୍ରି ସମୀକ୍ଷା ମହାନ୍ତି ସେ ୫୭୩ନମ୍ବର୍ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି , ସମୀକ୍ଷା ଙ୍କ ମାଆ ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କ ବାପା ଜଣେ ଆଇନଜୀବି ଭାବେ କାର୍ଯ୍ୟ କରନ୍ତି, ସମୀକ୍ଷା ବଡ଼ବିଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲେ, ସମୀକ୍ଷାଙ୍କ କୃତିତ୍ୱ ରେ ତାଙ୍କ ବାପା ମାଆ ସ୍କୁଲ ର ଗୁରୁଜୀ ଗୁରୁମା ଓ ତାଙ୍କ ପାଖ ପଡୋଶୀ ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଇଛି। ଯାହାପାଇଁ ଆଜି ତାଙ୍କ ସ୍କୁଲ୍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ସମୀକ୍ଷାଙ୍କ ଏହି କୃତିତ୍ୱ ହାସଲ କରି ନିଜ ବାପା ମାଆ ଓ ସ୍କୁଲ ର ନାମକୁ ଗୌରବାନିତ କରିଛନ୍ତି ଯାହା ଫଳରେ ବିଭିନ୍ନ ମହଲରୁ ସମୀକ୍ଷାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛା ଓ ପ୍ରଶଂସାର ଶୁଅ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
