• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମାଟ୍ରିକ ପରୀକ୍ଷା ଫଳାଫଳ ହେଲା କାଳ |

Bymamatanews

May 4, 2025
Spread the love

ବଳରାମ କୁ ହରାଇ ଝୁରୁଛି ଗାଁ ମାଟି ଓ ଭାଇ, ଭଉଣୀ

ମାଟ୍ରିକ ପରୀକ୍ଷା ଫଳା ଫଳ ଗତ ଶୁକ୍ରବାର ପ୍ରକାଶ ପାଇଥିଲା | ମାଟ୍ରିକ ପରୀକ୍ଷା ରେ ସାନ ଭାଇ ଜଗନ୍ନାଥ ରାଉତ ଙ୍କ ଠାରୁ କମ ନମ୍ବର ରହିଥିବା ରୁ ବଡ଼ ଭାଇ ବଳରାମ ଲଜ୍ୟା ବୋଧ କରି ଘରେ ରସି ଲଗାଇ ଆତ୍ମ ହତ୍ୟା କରିବା ଘଟଣା ସମସ୍ତ ଙ୍କୁ ଚକିତ କରିଛି |ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅଳସୁଧା ଗ୍ରାମରେ |ସେହି ଗ୍ରାମର ପ୍ରଭାକର ରାଉତ ହାଇଦ୍ରାବାଦ ରେ ଏକ କମ୍ପାନୀରେ କାର୍ଯ୍ୟ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଦୁଃଖ କଷ୍ଟେ ଚଳନ୍ତି |ପ୍ରଭାକର ଙ୍କ ପତ୍ନୀ ଗୀତାଞ୍ଜଳି ଙ୍କ ଔରସରୁ ଏକ କାଳୀନ ତିନୋଟି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ |ବଡ଼ ଭାଇ ବଳରାମ ଏବଂ ସାନ ଭାଇ ଜଗନ୍ନାଥ ଦୁହେଁ ପୁରୋହିତପୁର ଉଚ୍ଚ ବିଦ୍ୟାଳୟ ରେ ସାଙ୍ଗହୋଇ ଚଳିତ ବର୍ଷା ମାଟ୍ରିକ ପରୀକ୍ଷା ଦେଇଥିଲେ |ଦୁଇ ଭାଇ ମନ ଲଗାଇ ପାଠ ପଢୁଥିଲେ |ଗତ ଶୁକ୍ରବାର ଅପରାହ୍ନ ରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା |ବଡ଼ ଭାଇ ସମସ୍ତ କାମ ଧନ୍ଦା ସାରି ଅନ ଲାଇନ ରେ ମାଟ୍ରିକ ଫଳା ଫଳ ଚେକ କରୁଥିଲା |ହେଲେ ଭାଗ୍ୟ ର ବିଡମ୍ବନା ସାନ ଭାଇ ଜଗନ୍ନାଥ ଅଧିକ ନମ୍ବର ରେ ପାସ କରିଛି |ବଡ଼ ଭାଇ କମ ନମ୍ବର ରଖିଥିବାରୁ ନିଜକୁ ଲଜ୍ୟା ବୋଧ କରି ଘର ଭିତରପଟୁ କବାଟ ଦେଇ ରସି ଲଗାଇ ଆତ୍ମ କରିଛି | କିଛି କ୍ଷଣ ବାଦ ସାନ ଭାଇ ଜଗନ୍ନାଥ ଏବଂ ଗେହ୍ଲି ଭଉଣୀ ସୁଭଦ୍ରା ବଡ଼ ଭାଇ ବଳରାମ ଙ୍କୁ ଖେଜାଖୋଜି କଲେ ହେଲେ ବାହାରେ କେଉଁଠି ପାଇନଥିଲେ |କିଛି କ୍ଷଣ ବଡ଼ ଘର ବନ୍ଦ ଥିବା ଦେଖି ପଡିଶା ଘରକୁ ଡାକ ପକାଇଲେ |ପଡିଶା ଲୋକ କବାଟ ଭାଙ୍ଗିଲେ ହେଲେ ସେତେବେଳଙ୍କୁ ବଡଭାଇ ବଳରାମ ର ମୁତ୍ୟୁ ବରଣ କରିଥିବା ଜାଣିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ବଡ଼ ଭାଇ ବଳରାମ କୁ ହରାଇ ଜଗନ୍ନାଥ ଏବଂ ଭଉଣୀ ସୁଭଦ୍ରା ଦୁଃଖ ରେ ଭାଙ୍ଗି ପଡିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *