ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଜାମା ମସଜିଦ ପ୍ରାଙ୍ଗଣ ରେ ଢେଙ୍କାନାଳ ମୁସଲିମ୍ ସୋସାଇଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପହଲ୍ ଗାଓ ଠାରେ ହୋଇଥିବା ନରସଂହାର ର ଏକ ନିଦା ପ୍ରସ୍ତାବ ଗୃହୀତ ହୋଇଯାଇ ଅଛି। ଢେ଼ଙ୍କାନାଳ ସହର ମଧ୍ୟରେ ଅବସ୍ଥିତ ଦୁଇଟି ପ୍ରମୁଖ ମସଜିଦ ଯଥା ମୋତି ମସଜିଦ ଓ ଜାମା ମସଜିଦ ଉଭୟ ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ରହି ପହଲଗାଓ ରେ ନିରୀହ ଲୋକଙ୍କ ଉପରେ ଯେପରି ଅମାନୁଷୀକ ଭାବରେ ଆତଙ୍କବାଦୀ ଆକ୍ରମଣ ହେଲା ସେଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ।ନିଜ ବକ୍ତବ୍ୟ ରେ ଜାମା ମସଜିଦ ପରିଚାଳନା କମିଟିର ସହ- ସମ୍ପାଦକ ନୁରୁଲ୍ ଇସଲାମ କହିଲେ ଯେ, ଆତଙ୍କବାଦ କୁ କଦାପି ବାରଦାସ୍ତ୍ କରାଯିବ ନାହିଁ। ଆତଙ୍କବାଦୀ ଙ୍କ କୌଣସି ଧର୍ମ ନ ଥାଏ,ସେ ଯେଉଁ ଦେଶର ହୁଅନ୍ତୁ ନା କାହିଁକି ସେମାନଙ୍କୁ ଖୋଜି ଖୋଜି ନିପାତ୍ କରାଯିବା ଉଚିତ୍।ସେ ଆହୁରି ମଧ୍ୟ କ୍ଷୋଭ ର ସହିତ ସରକାର୍ ଙ୍କୁ ପ୍ରଶ୍ନ କଲେ ଯେ ସୁରକ୍ଷା ବ୍ୟବସ୍ଥା ଏତେ ଢିଲା ହେବା ପାଇଁ ଦାୟୀ କିଏ ? ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହାର ଜବାବ୍ ଦିଅନ୍ତୁ। ମୋତି ମସଜିଦ ର ସଭାପତି ଆଡଭୋକେଟ ଜାହିର୍ ମହମ୍ମଦ ନିଜମନ୍ତବ୍ୟ ରେ କହିଲେ ଯେ ଢେ଼ଙ୍କାନାଳ ହେଉଛି ଶାନ୍ତିର ସହର ସେହିପରି ଆମ ଦେଶ ମଧ୍ୟ ଶାନ୍ତି ପ୍ରିୟ ଦେଶ।ଆମେ ସବୁବେଳେ ଆମ ସରକାର୍ ଙ୍କ ସହ ଛିଡ଼ା ହୋଇଛୁ ଏବଂ ଏପରି ନିରୀହ ଲୋକଙ୍କୁ ଆକ୍ରମଣ ଏକ ଅମାନବିକ କାର୍ଯ୍ୟ,ଏହାକୁ କଦାପି କ୍ଷମା କରାଯାଇ ପାରିବ ନାହିଁ।ଅନ୍ୟ ମାନଙ୍କ ମଧ୍ୟରେ ଜାମା ମସଜିଦ ପରିଚାଳନା କମିଟି ର ସଭାପତି ଜନାବ୍ ସମଦ ବେଗ, ଉପ ସଭାପତି ମହମ୍ମଦ ଅଫଜଲ୍,ସମ୍ପାଦକ ହସରତ ହୁସେନ,ମୋତି ମସଜିଦ୍ ପରିଚାଳନା କମିଟି ର ଉପଦେଷ୍ଟା ଡକ୍ଟର୍ ଅସରଫ୍ ଖାଁ, ଅନୱର୍ ମହମ୍ମଦ ଏବଂ ଜାମା ମସଜିଦ ପରିଚାଳନା କମିଟିର କୋଷାଧ୍ୟକ୍ଷ ମନୱର୍ ବକ୍ସ ଉପସ୍ଥିତ ରହି ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଆତଙ୍କି ହମଲା ରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ଜଣାଇବା ସହିତ ସେମାନଙ୍କ ଆତ୍ମା ର ସଦଗତି କାମନା କରିଥିଲେ।ଶେଷରେ ମୋତି ମସଜିଦ ର ସଭାପତି ଆଡଭୋକେଟ୍ ଜାହିର ଖାଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
