• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆଞ୍ଚଳିକ ପ୍ରଶାସନ ଓ ସ୍ଥାନୀୟ କିଛି ରାଜନେତାଙ୍କୁ ହାତବାରିସ୍ କରି,ଦାଦାଗିରି ଚଳାଇଛି ଆରୀୟା ଷ୍ଟିଲ କମ୍ପାନୀ।

Bymamatanews

May 4, 2025
Spread the love

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି। ଏବଂ କିଛି ଖଣି କମ୍ପାନୀ ସ୍ଥାନୀୟ ବାସିନ୍ଦା ମାନଙ୍କ ଉପରେ ନିଜର ଆଧିପତ୍ୟ ଓ ଦାଦାଗିରି ଚଳାଇଛନ୍ତି, ଏହିଭଳି ଖଣି କମ୍ପାନୀ ମାନେ ସ୍ଥାନୀୟ ଆଞ୍ଚଳିକ ପ୍ରଶାସନ ଓ ଅଞ୍ଚଳର କିଛି ମୁଷ୍ଟିମେୟ ରାଜନେତାଙ୍କୁ ହାତ ବାରିସ୍ କରି ଇନ୍ଦ୍ରଚନ୍ଦ୍ର ମନୁନାହାନ୍ତି , ଯାହା ଫଳରେ ଅଞ୍ଚଳ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ସେଇଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି ଆରିୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ, ଯିଏକି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଲାଣି ଥାନା ଅନ୍ତର୍ଗତ ରେ ଗଢିଉଠିଛି, ଏହି ଆରୀୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ବିରୋଧରେ ବିଭିନ୍ନ ସମୟରେ ଜନ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଞ୍ଚଳିକ ପ୍ରଶାସନ ଅଧିକାରୀ ନିଦାବିଷ୍ଣୁ ପାଲଟିଥିବା ପରି ମନେହୁଏ, ଆହୁରି ମଧ୍ୟ ଏହି ଆରୀୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ କତୃପକ୍ଷ ଙ୍କ ବିରୋଧରେ ଅଞ୍ଚଳ ବାସିନ୍ଦା ମାନଙ୍କୁ ନାଲିଆଖି ଦେଖାଇ ଭୟଭୀତ କରୁଥିବା ଅଭିଯୋଗହୁଏ । ତେବେ କାହା ବଳରେ ବଳୀୟାନ ଏହି ଆରୀୟା ଏଣ୍ଡ ଷ୍ଟିଲ କମ୍ପାନୀ ଓ ଏହାର କତୃପକ୍ଷ କଣ ପାଇଁ ଚଳାଇଛନ୍ତି ଅଞ୍ଚଳ ବାସିନ୍ଦା ମାନଙ୍କ ଉପରେ ଦାଦାଗିରି, ବିଗତ ବହୁ ଦିନରୁ ଅଞ୍ଚଳ ବାସିନ୍ଦା ମାନେ କମ୍ପାନୀ କତୃପକ୍ଷ ଙ୍କୁ ସେମାନଙ୍କ ଅଭିଯୋଗ କରୁଥିଲେ ସୁଦ୍ଧା, ଆଞ୍ଚଳିକ କିଛି କୁଜିନେତା ଓ ପ୍ରଶାସନ କୁ ହାତ ବାରିସ କରି ଅଞ୍ଚଳ ବାସିନ୍ଦା ମାନଙ୍କ କଥାକୁ ଅଣଦେଖା କରୁଥିବା ଅଭିଯୋଗ ହୁଏ, ଆସନ୍ତୁ ଶୁଣିବା କଣ ସବୁ ରହିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହି ଆରୀୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ବିରୋଧରେ। ଯାହା ପାଇଁ ଆଜି ରାଜ ରାସ୍ତାରେ ଆରୀୟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଫାଟକ ସମ୍ମୁଖରେ ଶତାଧିକ ସଂଖ୍ୟାରେ ଅଞ୍ଚଳ ବାସିନ୍ଦା ଧାରଣାରେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *