ଅନୁଗୋଳ: ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କର ଜୁନ୍ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିରେ ଜିଲ୍ଲାପାଳ ଓ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ । ଜୁନ୍ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ପୂର୍ବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍ ୯ତାରିଖ (ସୋମବାର) ପୂର୍ବାହ୍ନ ୭ଘଟିକା ସମୟରେ *ପାଲଲହଡା* ବ୍ଲକ କାର୍ଯ୍ୟାଳୟ, ୧୬ତାରିଖ(ସୋମବାର) ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ସଦର ମହକୁମା *ସର୍କିଟ ହାଊସ୍ ଅଡିଟୋରିୟମ*, ୨୩ତାରିଖ (ସୋମବାର) ପୂର୍ବାହ୍ନ ୧୦ଘଟିକା ସମୟରେ *ଛେଣ୍ଡିପଦା* ବ୍ଲକ କାର୍ଯ୍ୟାଳୟ ଓ ୩୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଘଟିକା ସମୟରେ *ବଅଁରପାଳ* ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ
