• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’ ଊପଲକ୍ଷେ ସଚେତନତା ରଥ

Bymamatanews

Jun 4, 2025
Spread the love


‘ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’ – ରାଜ୍ୟ ସରକାରଙ୍କର ଏକ ବିଶେଷ ଅଭିଯାନ । ଏହି ଅଭିଯାନ ମେ ମାସ ୩୧ ବିଶ୍ବ ତମାଖୁ ବର୍ଜନ ଦିବସଠାରୁ ଆରମ୍ଭ ହୋଇ ଆନ୍ତର୍ଜାତିକ ନିଶା ସେବନ ଓ ବେଆଇନ୍ ନିରୋଧ ଦିବସ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଜନ ଅଭିଯାନ ନିମନ୍ତେ ୨ଟି ସଚେତନତା ରଥ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏହି ରଥକୁ ଜିଲ୍ଲାପାଳ ଶ୍ରୀ ଅବଦଲ ମହମ୍ମଦ ଅଖତର ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଗାଁ ଠାରୁ ସହର ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଠି କରିବ। ଛାତ୍ରଛାତ୍ରୀ ଏବଂ ଯୁବପିଢି ହେଊଛନ୍ତି ଦେଶର ଭବିଷ୍ୟତ ତେଣୁ, ବେଆଇନ୍ ମାଦକଦ୍ରବ୍ୟ କାରବାର ଓ ସେବନ ବିରୋଧୀ କାର୍ଯ୍ୟକ୍ରମ ସେମାନଙ୍କ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅବକାରୀ ଅଧିକାରୀ ମଧୁସ୍ମିତା ନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ, ଜିଲ୍ଲା ଆପାତକାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, କ୍ରୀଡାବିତ୍, ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *