ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କଳା ସଂସ୍କୃତି ବିଭାଗ ଉପସଭାପତିଙ୍କ ବିରୋଧରେ ସ୍ଥାନୀୟ କଳାକାରମାନେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ହିନ୍ଦୋଳ ବ୍ଲକ୍ ଅଧିନରେ ଥିବା ପଂଚାୟତମାନଙ୍କରେ କଳା ସଂସ୍କୃତି ବିଭାଗ ତରଫରୁ ଜଣେ ଜଣେ କଳାକାରମାନଙ୍କୁ ପଂଚାୟତର କଳାର ଉନ୍ନତି ପାଇଁ ମୁଖ୍ୟ ଭାବେ ରଖାଯାଇଥିଲା । ଏହାର କିଛି ଦିନ ପରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ମାଧ୍ୟମରେ ଚୟନ ପରୀକ୍ଷା କରାଯାଇ ଉପଯୁକ୍ତ କଳାକାରମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହି ତାଲିକାକୁ ଫଟୋ କପି କରି ହିନ୍ଦୋଳ ବ୍ଲକ୍ର କଳାକାର ଉପସଭାପତି ବିମଳ ବିଶ୍ବାଳ, ପିତା ଲକ୍ଷ୍ମଣ ବିଶ୍ବାଳ ପଂଚାୟତମାନଙ୍କରେ ବୁଲି ବୁଲି ସେହି ତାଲିକା ଦେଖାଇ ତୁମର ଭତା ହୋଇଯାଇଛି ବୋଲି କହି କଳାକାରମାନଙ୍କ ଠାରୁ ଟଙ୍କା ମାଗିଲେ ଓ କହିଲେ ଅଫିସ୍ ବାଲା କିଛି ଖର୍ଚ ମାଗୁଛନ୍ତି । ଯଦି ତୁମେ ଖର୍ଚ୍ଚ ଦେବ ତୁମର ଆଗ ଭତା ହେବ । ଏ କଥାରେ ଲୋକେ ବିଶ୍ବାସ କରି ତାଙ୍କୁ ଜଣ ପିଛା ୫ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦେଇଛନ୍ତି । ଅନେକ ଦିନ ବିତିଗଲା ପରେ ଭତା ନମିଳିବାରୁ ଲୋକେ ଏକଥା ଦରଖାସ୍ତ ମାଧ୍ୟମରେ ବ୍ଲକ୍ କଳା ସଂସ୍କୃତି ସଭାପତିଙ୍କୁ ଜଣାଇଲେ । ମାତ୍ର ସେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଲେ ନାହିଁ । ତେଣୁ ଏହାର ସତ୍ୟାସତ୍ୟ ତଦନ୍ତ କରି ସଠି ତଥ୍ୟ ପଦାକୁ ଆସିବା ଆଶାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସଂପର୍କରେ ଏକ ଅଭିଯୋଗ ପତ୍ର କଳାକାରମାନେ ପ୍ରଦାନ କରିଛନ୍ତି ।