• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାହୁଲ ଜୈନ ।

Bymamatanews

Oct 4, 2024
Spread the love

ଅନୁଗୋଳର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାହୁଲ ଜୈନ । ଏହି ଅବସରରେ ତାଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପୂର୍ବରୁ ନୟାଗଡ଼ ଏସପି ଥିବା ରାହୁଲ ଜୈନ ନିଜର କର୍ତ୍ତବ୍ୟ ପରାୟଣତା ସହ ସେବା ମନୋବୃତ୍ତି ଯୋଗୁଁ ସେଠାକାର ଜନସଧାରଣଙ୍କ ବେଶ ପ୍ରିୟ ଭାଜନ ହୋଇପାରିଥିଲେ ।

ଅନୁଗୋଳରେ ଆଜି ଏସପି ଭାବେ ଦାୟିତ୍ବ ନେବା ପରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ ।ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସହ ଅନେକ ଚ୍ୟାଲେଞ୍ଜକୁ ସଠିକ ଢଙ୍ଗରେ ପରିଚାଳନା କରିବା ସହ ପୋଲିସ କିଭଳି ଲୋକଙ୍କ ଆସ୍ଥା ଭାଜନ ହୋଇ ଠିକରେ ସେବା ଯୋଗାଇଦେଵ ସେଥିପ୍ରତି ନୂତନ ଏସପି ଗୁରୁତ୍ୱ ଦେବାର ରହିଛି ଆଵଶ୍ୟକତା ।

Leave a Reply

Your email address will not be published. Required fields are marked *