• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଉଚ୍ଚ ମାଧୟମିକ ଶିକ୍ଷା ପରିଷଦ ସିପକ୍ ଟାକ୍ରେର ପ୍ରତିଯୋଗିତା

Bymamatanews

Oct 4, 2024
Spread the love

ଉଚ୍ଚ ମାଧୟମିକ ଶିକ୍ଷା ପରିଷଦ ସିପକ୍ ଟାକ୍ରେର ପ୍ରତିଯୋଗିତା

କଟକ ସ୍ଥିତ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ପରିଷଦ ଆତ୍ନ ବିଦ୍ଯାଳୟ ପୁରୁଷ ଓ ମହିଳା ସିପକ୍ ଟାକ୍ରେର ମ୍ୟାଚ ଉଦ୍‌ଘାଠିତ ହୋଇଯାଇଅଛି l ଉକ୍ତ ମ୍ୟାଚ୍ କୁ ମହାବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ସମରେନ୍ଦ୍ର ପ୍ରାମାଣିକ ଏବଂ ଅଧ୍ଯକ୍ଷା ଡକ୍ଟର ଦିପା ନାଗ,ଡକ୍ଟର ଅବନି କୁମାର ସାହୁ ଉଦଘାଟନ କରିବା ସହ ଦୈନନ୍ଦିନ ଜୀବନରେ ଖେଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ମହିଳା ବିଭାଗରେ କିସ୍ ବିଦ୍ୟାଳୟ ଇମର୍ତ୍ତୀ ଦେବୀ ବିଦ୍ୟାଳୟକୁ ୨-୦ ରେ ପରାସ୍ତ କରିଅଛି। ପୁରୁଷ ବିଭାଗର କିସ୍ ବିଦ୍ୟାଳୟ ରଘୁନାଥ ଜୀଉ ବିଦ୍ୟାଳୟ ଟିମକୁ ୨-୦ରେ ପରାସ୍ତ କରିଅଛି। ଉଯାପନ ମ୍ୟାଚ୍ ରେ କଲେଜ ଅଧକ୍ଷା ଡକ୍ଟର ଦିପା ନାଗ , ଡକ୍ଟର ରିଶିକାନ୍ତ ଦାଶ, ଡକ୍ଟର ଅବନି କୁମାର୍ ସାହୁ, ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ନିରିକ୍ଷକ ସରୋଜ କୁମାର ଦାଶ , ସିଲେକ୍ଟର ଧର୍ମେନ୍ଦ୍ର ନାଥ ମହାନ୍ତି, ବିଶ୍ୱନାଥ ମହାନ୍ତି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା ଦ୍ଵାରା ଏକତା ବଜାୟ ଦିଗରେ ଉପଦେଶ ଦେଇଥିଲେ l ଶେଷରେ କୃତୀ ଖେଳାଳୀ ମାନଙ୍କୁ ପୁରସୃତ କରାଯାଇଥିଲା lଉକ୍ତ ମ୍ୟାଚ୍ କୁ କ୍ରୀଡ଼ା ଶିକ୍ଷକ ସମରେଶ ଦାସ, ବିଶ୍ୱରଂଜନ ମହାନ୍ତି, ଶ୍ରୀମାନ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *