ଅନୁଗୋଳ ସେଣ୍ଟ୍ରାଲ ପୂଜା କମିଟି ର ଶାରଦୀୟ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଆଜି ଏକ ବୈଠକ ଜିଲ୍ଲା ଟ୍ରକ୍ ଆସୋସିଏସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅକ୍ଟୋବର ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମା ଦୁର୍ଗା ଙ୍କ ପୂଜା ଅନୁଷ୍ଠିତ ହେବ ଓ ୧୪ ତାରିଖରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି। ଏ ବର୍ଷ ୧୧ ଗୋଟି ମଣ୍ଡପରେ ମା ଦୁର୍ଗା ପୂଜା ପାଇବେ।

ଦୁଇ ଦିନ ପରେ ୧୬ ତାରିଖ ଦିନ ଅନ୍ନଦାତ୍ରୀ ମା ମହାଲକ୍ଷ୍ମୀ ଧରାବତରଣ କରିବେ। ମାଙ୍କ ପୂଜା ୧୬ ତାରିଖରେ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମା ମହାଲକ୍ଷ୍ମୀ ୩୦ ମଣ୍ଡପରେ ପୂଜା ପାଇବେ ମା ଲକ୍ଷ୍ମୀ। ମେଲଣ କାର୍ଯ୍ୟକ୍ରମ ରେ ୧୨ ଟି ମେଢ଼ ଯୋଗ ଦେବେ ବୋଲି ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ସୂଚନା ଦେଇଛନ୍ତି। ୨୭ ତାରିଖ ଦିନ ଅପରାହ୍ନ ୩.୩୦ ମିନିଟ ଠାରୁ ମେଲଣ ଆରମ୍ଭ ସହ ପୂର୍ବ ବର୍ଷ ର ରୁଟ ଅନୁଯାଇ ମେଲଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ପୂଜା କମିଟି।
