ଲହୁଲୁହାଣ ହୋଇ ଥାନାରେ ଦ୍ୱାରସ୍ଥ ହେଲେ ଦୁଇ ପରିବାରବର୍ଗ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ଗ୍ରାମର ସରସ୍ଵତୀ ଗୋଛାୟତ ନାମକ ଜଣେ ମହିଳା ଗତ କାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ଗ୍ରାମର ଅଙ୍ଗଦ ଗୋଛାୟତ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅର ଫଟୋ ଇନଷ୍ଟାଗ୍ରାମ ରେ ଛାଡିବା ସହ ଅଶ୍ଳୀଳ ଭାଷାରେ ଲେଖିଥିଲା। ଏନେଇ ମହିଳା ଜଣଙ୍କ ବିରୋଧ କରିବାରୁ ଅଙ୍ଗଦଙ୍କ ପରିବାର ମହିଳାଙ୍କୁ ମାଡ଼ ମାରି ଧମକ ଦେଇଥିଲେ । ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ସଂଧ୍ୟାରେ ମହିଳାଙ୍କ ସ୍ଵାମୀ ଜର୍ମାନୀ ଗୋଚ୍ଛାୟତକୁ ଦଳବଧ ହୋଇ ଆକ୍ରମଣ କରି ଏକ ଲୁହା ରଡରେ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏହା ଦେଖି ସରସ୍ଵତୀ ଏବଂ ଅନ୍ୟ କିଛି ଲୋକ ଆସିବାରୁ ଉକ୍ତ ବ୍ୟକ୍ତି ମାନେ ସରସ୍ୱତୀଙ୍କ ଦେହରେ ଗରମ ପାଣି ପକାଇ ଦେଇଥିଲେ। ଯାହା ଫଳରେ ମହିଳାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ପୋଲିସ ଆକ୍ରମଣ ର ଶିକାର ହୋଇଥିବା ପରିବାରଙ୍କୁ ବଅଁରପାଳ ଚିକିତ୍ସାଳୟ ରେ ଚିକିସ୍ଥା କରାଇଥିଲେ। ସେହିପରି ଦ୍ଵିତୀୟ ପକ୍ଷରୁ ଅନୁରୂପ ଭାବେ ଆକ୍ରମଣର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଅଁରପାଳ ଥାନାରେ ଦୁଇ ପକ୍ଷରୁ ଅଭିଯୋଗ କରାଯାଇଥିବାରୁ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
