• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାସନ କାର୍ଡ ଧାରୀକୁ ଆକ୍ରମଣ କଲା ଡିଲର

Bymamatanews

Nov 4, 2024
Spread the love

ଚାଉଳ ମାପରେ ହେରଫେରକୁ ନେଇ ଥାନାରେ ମାମଲା

ଚାଉଳ ମାପରେ ହେରଫେରକୁ ନେଇ ଥାନାରେ ମାମଲା,ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁରେ । ଅଭିଯୋଗ ଅନୁଯାୟୀ ବୁଢ଼ାପଙ୍କ ଗାଁର ଦୀପକ କୁମାର ବେହେରା ଓ ତାଙ୍କ ମା ଗତକାଲି ଚାଉଳ ଆଣିବା ପାଇଁ ଡିଲରଙ୍କ ପାଖକୁ ଯାଇଥିଲେ । ସେଠାରେ ଡିଲର ଓଜନ ମାପରେ ହେରଫେର କରୁଥିବା ଦେଖିବା ପରେ ପ୍ରତିବାଦ କରିଥିଲେ। ସରକାରୀ ଓଜନ ମେସିନ ବ୍ୟବହାର ନକରି ବାହାର ଓଜନ ମେସିନ କାହିଁକି କରୁଛନ୍ତି ବୋଲି ପଚାରିଥିଲେ। ଶେଷରେ ସେସବୁ ଘଟଣା ନିଜ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହାକୁ ନେଇ ଡିଲର ଓ ତାଙ୍କ ସ୍ୱାମୀଙ୍କ ସହ ଦୀପକଙ୍କ ଉଚ୍ଚବଚସା ହୋଇଥିଲା । ପରେ ଉତ୍ତକ୍ଷିପ୍ତ ହୋଇ ଡିଲରଙ୍କ ସ୍ୱାମୀ ଦୀପକ ଓ ତାଙ୍କ ମାଙ୍କୁ ଆକ୍ରମଣ କରିଥିବା ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ପହଞ୍ଚିବା ସହ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଆକ୍ରମଣର ଶିକାର ହୋଇଥିବା ଦୀପକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *