ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅନ୍ତର୍ଗତ ମାଳତୀ ବିହାର ଠାରେ ଥିବା ମାନବ ସେବାଶ୍ରମ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୧୦ଜଣଙ୍କର ମୋତିଆ ବିନ୍ଦୁ ଥିବାରୁ ସେମାନଙ୍କୁ ଚକ୍ଷୁ ଅସ୍ତ୍ର ପ୍ରଚାର କରିବା ନିମନ୍ତେ
କଟକ ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ଜିଲ୍ଲା ସମାଜସେବୀ ମହାସଂଘ, ଅନୁଗୋଳ ତରଫରୁ ମାନବ ସେବାଶ୍ରମ ଠାରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ, ମାନବ ସେବାଶ୍ରମ, ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ, କୋହିନୂର୍ କ୍ଲବ୍, ଶେଷ ଜୀବନ ସାଥି, ମା ଫାଉଣ୍ଡେସନ, ମାନବ ସେବା ମାଧବ ସେବା ଭଳି ଅନୁଷ୍ଠାନ ଓ ସମାଜ ସେବୀ ପଦ୍ମାକ୍ଷୀ ସିଂ ସହଯୋଗ କରିଥିଲେ।
ମାନବ ସେବାଶ୍ରମ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
