ଅନୁଗୋଳ ପୌରପାଳିକା ର ଡେଲି ମାର୍କେଟ ରେ ଭୟବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ରେ ଦୋକାନ ଘର ଜଳି ପଡି ପାଉଁଶ ହୋଇଯାଇଛି। ଦୋକାନ ଘର ସହ ବାଇକ, ସ୍କୁଟି ଟ୍ରଲି, ସାଇକଲ ସବୁ ଜଳିପୋଡି ଯାଇଥିବା ଜଣାପଡ଼ିଛି |
ଏ ଅଗ୍ନିକାଣ୍ଡ କେମିତି ଘଟିଲା, ଅଗ୍ନିକାଣ୍ଡ କେଉଁ କାରଣ ରୁ ଘଟିଲା ତାହା ଜଣା ପଡିନାହିଁ। ଅଗ୍ନିକାଣ୍ଡ ଘଟି ଥିବା ଖବର ପାଇ ଅଗ୍ନିସମ ବିଭାଗ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରୁଛି। ଏହି ଅଗ୍ନିକାଣ୍ଡ ରେ ପ୍ରମୋଦ ସାହୁ, ଶିବୁ ସାହୁ, ବୁବୁ ବେହେରା, ତ୍ରିନାଥ ସାହୁ ଙ୍କ ପରିବା ସହ ଦୋକାନ ଦୋକାନ ପୋଡି ପାଉଁଶ ହୋଇ ଯାଇଛି। ପ୍ରାୟ ୨୫ ରୁ ଅଧିକ ଦୋକାନ ପୋଡି ଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର, ପରିବା ପୋଡି ଯାଇଛି।
