
ମୟୁରଭଞ୍ଜ ଜିଲ୍ଲା କୁରୁଳିଆ ଗାଁର ଜଣେ ବ୍ୟକ୍ତି ଏକ କୂଅ ଭିତରେ ପଡି ଯାଇଥିଲେ। ଏସମ୍ପର୍କରେ ସ୍ଥାନୀୟ ଜଣେ ବ୍ୟକ୍ତି ୧୧୨ କୁ କଲ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ଘଟଣାର ଗୁରୁତ୍ବ ଉପଲବ୍ଧି କରି କରଞ୍ଜିଆ ଅଗ୍ନିଶମ ସେବାକୁ ସଙ୍ଗେ ସଙ୍ଗେ ଯୋଗାଯୋଗ କରିଥିଲେ। ଅଗ୍ନିଶମ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଵା ସହ ମେଡିକାଲରେ ପହଞ୍ଚାଇଵାର ବ୍ୟବସ୍ଥା କରିଥିଲେ।
