• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁଇ ଦିନର ଶିଶୁପୁତ୍ରକୁ ଚିକିତ୍ସାଳୟରେ ଛାଡି ଚାଲିଗଲା ମା

Bymamatanews

Dec 4, 2024
Spread the love

ଅନୁଗୋଳ ମୁଖ୍ୟଚିକିତ୍ସାଳୟ ପାର୍ଶ୍ଵରେ ଥିବା କାର୍ଡ଼ଲ ବେବି ପଏଣ୍ଟରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳ ୯ ଘଟିକା ସମୟରେ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସ୍ପେସିଆଲାଇଜେସନ ଆଡ଼ପସନ ଏଜେନ୍ସିର କର୍ମକର୍ତ୍ତା ପହଁଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ । ପରେ ତାହାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ଥିବାବେଳେ ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡିଥିଲା । କୌଣସି ଦମ୍ପତି ଶିଶୁପୁତ୍ରଟିର ଲାଳନ ପାଳନ ପାଇଁ ଅସମର୍ଥ ଥିବା କାରଣରୁ ହସ୍ପିଟାଲ ପାର୍ଶ୍ଵରେ ଥିବା କାର୍ଡ଼ଲ ବେବି ପଏଣ୍ଟରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି ।ଶିଶୁପୁତ୍ରର ପୁନର୍ବାସ ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *