ପାଞ୍ଚଜଣ ଦେହଜିବୀଙ୍କ ସହିତ ଜଣେ ଗ୍ରାହକ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ସ୍ଥିତ ଅସ୍ଥାୟୀ ବସଲା ହଟିଂ ରେ ଦୀର୍ଘ ଦଶ ବର୍ଷ ରୁ ଅଧିକ ସମୟ ହେବ ସେକ୍ସ ରାକେଟ ଚଳାଉଥିବା ରାଣୀ ମହୁମାଛି ଝରଣା ର ସେକ୍ସ୍ ରାକେଟ କୁ ଠାବ କରି ପାଞ୍ଚ ଜଣ ରୂପ ଜିବି କୁ ଗିରଫ କରିଛି ସ୍ପେଶାଲ ସ୍କାଡ ସହିତ ନାଲକୋ ପୋଲିସ।ଏଥି ସହିତ ଜଣେ ଗ୍ରାହକ କୁ ମଧ୍ୟ ଧରିବାରେ ସକ୍ଷମ ହୋଇଛି ପୋଲିସ । ଏକ ଆଜବେଷ୍ଟ ଘରେ ଅନେକ ଦିନ ଧରି ଏଭଳି କାର୍ଯ୍ୟ ଚଳାଇ ଆସୁଥିଲେ ମଧ୍ୟ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇ ପାରୁ ନଥିବା ବେଳେ , ଅନୁଗୋଳ ର ନୂତନ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଗଠିତ ଏକ ସ୍ପେଶାଲ ସ୍କାଡ ତିନି ଦିନ ରୁ ଅଧିକ ସମୟ ହେବ ଏହି ସେକ୍ସ୍ କାରବାରର ରାଣୀ ମହୁମାଛି ଝରଣାକୁ ନଜର ରଖିବା ସହିତ ଟ୍ରାକ କରୁଥିଲେ । କିଛି ପୋଲିସ ତଥ୍ୟ ସଂଗ୍ରହ ପାଇଁ ଗ୍ରାହକ ଭଳି ଝରଣାକୁ ଫୋନ କରିବା ସହିତ ସଠିକ ଖବର ପାଇଥିଲେ । ପରେ ଅପରାହ୍ନ ସମୟରେ ନାଲକୋ ପୋଲିସ ସହିତ ସ୍ପେଶାଲ ସ୍କାଡ ପୋଲିସ ମିଳିତ ଭାବେ ଚଢାଉ କରି ଅସଂଜତ ଅବସ୍ଥାରେ ପାଞ୍ଚ ଦେହ ଜୀବିକୁ ଗିରଫ କରିବା ସହିତ ଜଣେ ଗ୍ରାହକ ଗୋତମରା ଗ୍ରାମର ବିଜୟ ନାମକ ଜଣେ ୨୮ ବର୍ଷୀୟ ଯୁବକ କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଗିରଫ ମହିଳା ମାନଙ୍କ ମଧ୍ୟରେ ଜଣେ ବଙ୍ଗୀୟ ଯୁବତୀ ଙ୍କ ସହ ଅନ୍ୟ ଚାରି ଜଣ ଓଡ଼ିଶା ର ବୋଲି ଜଣା ପଡ଼ିଛି । ଅନେକ ଦିନ ହେବ ଝରଣା ସିପିପି ର ବସଲା ନାମକ ଏକ ହାଟିଂ ରହି ଏକ ଘରେ ସେକ୍ସ ରାକେଟ ଚଳାଉଥିବା ପୋଲିସ ପାଖରେ ଖବର ଥିବା ବେଳେ କେଉଁ ଘରଟି ନଜର ରଖିଥିଲା । ତେବେ ଗରାଖ ଥିବା ସମୟରେ ପୋଲିସ ସଦଳବଳେ ଚଢ଼ାଉ କରିଥିଲା । ଘରୁ ଅନେକ ବ୍ୟବହାର ଆପତ୍ତିଜନକ ସାମଗ୍ରୀ , ସେକ୍ସ ବଟିକା ଜବତ କରା ଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଝରଣା ଗ୍ରାହକଙ୍କ ମନ ଜାଣି ଦୁଇ ଶହରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି ଝିଅ ଆଣି ଗ୍ରାହକଙ୍କୁ ଯୋଗାଉଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ସେମାନଙ୍କ ନିକଟରୁ ପାଞ୍ଚଟି ମୋବାଇଲ ଫୋନ୍ ଓ ଗୋଟିଏ ଅଟୋକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି ।
