• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗ୍ରାମ ରାସ୍ତା ରେ ଭାରୀଯାନ ଚଳାଚଳ ପ୍ରତିବାଦରେ ଗ୍ରାମବାସୀ

Bymamatanews

Jan 5, 2025
Spread the love

ଠିକା ସଂସ୍ଥାର ପକ୍ଷରୁ ମରାମତି ପ୍ରତିଶ୍ରୁତି ପରେ ପ୍ରତିବାଦ ରୁ ଓହରିଲେ ଗ୍ରାମବାସୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ତେନ୍ତୁଳିହତା ଗ୍ରାମ ବାସିନ୍ଦା ଆଜି ଠିକା ସଂସ୍ଥା ର ଭାରୀଯାନ ଚଳାଚଳ ଦ୍ଵାରା ରାସ୍ତା ର ଶୋଚନୀୟ ଅବସ୍ତା ରୁ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଗ୍ରମବସୀଙ୍କ ଠାରୁ ମିଳିଥିବା ଖବର ଅନୁସାରେ ଗ୍ରାମ ରାସ୍ତା ଦେଇ ରେଳ ଲାଇନ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଭାରିଯାନ ଗୁଡିକ ଗ୍ରାମଦେଇ ଚଳାଚଳ କରୁଚି। ଯାହା ଫଳରେ ଗ୍ରାମର ଲୋକମାନେ ଯାତାୟତ ରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଭାରିଯାନ ଯାଉଥିବା ଯୋଗୁଁ ରାସ୍ତା ର ଖାଳଖମା ହେଉଛି ଯାହାଦ୍ୱାରା ସାଧାରଣ ଲୋକ ମାନେ ଯିବା ଆସିବା ସମୟରେ ଅଧିକାଂଶ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ଗ୍ରାମ ବାସିନ୍ଦା ମାନେ ପ୍ରାୟ ଚାରି ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ରେଲୱେ କାମରେ ଲାଗିଥିବା ମାଲବାହୀ ଭାରୀଯାନ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବଅଁରପାଳ ଥାନା ଘଟଣା ବିଷୟରେ ଅବଗତ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେଜିତ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲା। ଠିକା ସଂସ୍ଥା କତୃପକ୍ଷ ଗ୍ରାମରେ ପହଞ୍ଚି ରାସ୍ତା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ପ୍ରତିବାଦରୁ ଓହରିଥିଲେ।

Leave a Reply

Your email address will not be published. Required fields are marked *