ପୁରସ୍କାର ପାଇଥିଲା ଗତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି
ଭୁବନେଶ୍ବର (୦୫/୦୧/୨୦୨୫) : ଚଳିତବର୍ଷ ଦିଲ୍ଲୀର କର୍ଭବ୍ୟପଥରେ ହେବାକୁ ଥିବା ସାଧାରଣତନ୍ତ୍ର
ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନ ଗଡିବା ବା ଏକ କ୍ଷୋଭର ବିଷୟ ବୋଲି ବିଜୁ ଜନତା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ବିବୃତିରେ କହିଛନ୍ତି । ଓଡ଼ିଆ ଅସ୍ମିତା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ଓ ଡବଲ ଇଂଜିନ ସରକାର ଶାସନ ସମୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ୱୀକୃତି ନମିଳିବା ନିଶ୍ଚି ନିଶ୍ଚିତ ଭାବେ ବ ଉଦ୍ବେଗର ବିଷୟ । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ କର୍ଭବ୍ୟପଥରେ ଐତିହ୍ୟ ଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ କରାଯାଇଥିଲା ଓଡ଼ିଶାର ଏହି ମେଢ଼ ପ୍ରଥମ ପୁରସ୍କାର ହାସଲ କରିଥିଲା । ୨୫ ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶା ତରଫରୁ ମାଣିଆବନ୍ଧ ଶାଢ଼ୀ, ହସ୍ତଶିଳ୍ପ ଓ ମନ୍ଦିର ମାଳିନୀ ଭୁବନେଶ୍ବରକୁ ମଡେଲ ଭାବେ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏ ବର୍ଷ ମନୋନୀତ ହୋଇଥିବା ପ୍ରଜ୍ଞାପନ ମେଢ଼ ମଧ୍ୟରେ ଓଡ଼ିଶାର ପ୍ରଜ୍ଞାପନ ପନ ମେଢ଼କୁ ସ୍ଥାନ ମିଳି ନାହିଁ । କିନ୍ତୁ କେଉଁ କାରଣରୁଏହାକୁ ମନୋନୀତ କରାଯାଇନାହିଁ ତାହା ସ୍ପଷ୍ଟ ହୋଇନାହିଁ ।


