• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତି ଶିକାର ନେଇ ୪ ଅଭିଯୁକ୍ତକୁ ଗିରଫ

Bymamatanews

Jan 5, 2025
Spread the love

ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ଗ୍ରାମ ନିକଟରେ ଗତ ୨୯ ତାରିଖ ତଥା ରବିବାର ଧାନ ବିଲରୁ ଏକ ଦନ୍ତାହାତୀର ମୃତ ଦେହ ଠାବ ହେବା ପରେ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଚାରି ଜଣ ଙ୍କୁ ଗିରଫ କରିବା ସହ ଏମାନଙ୍କ ପାଖରୁ ୪ ଦେଶୀ ବନ୍ଧୁକ ସହ ୨୧ ଟି ଦେଶୀ ଜୀବନ୍ତ ଗୁଳି ଜବତ ହୋଇଥିଲା । ଏହି ଘଟଣାର ତଦନ୍ତ ଭାର ଅତିରିକୁ ବନ ସଂରକ୍ଷକ ମୁରଲୀ ପ୍ରସାଦ ପଣ୍ଡା ଦିଆଯାଇଥିଲା । ସୂଚନା ଯେ, ଗତ ରବିବାର ଉଦ୍ଧାର ହୋଇଥ‌ିବା ମୃତ ହାତୀର କାନମୁଣ୍ଡରେ ଗୁଳି ବାଜିବା କ୍ଷତ ହୋଇ ହୋଇ ରକ୍ତସ୍ରାବ ହେଉଥିଲା ।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା। ଯାହା ଫଳରେ ହାତୀ ଶରୀର ରେ ଥ‌ିବା କ୍ଷତରୁ ଏହା ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିଲା। ଏହି ଘଟଣାକୁ ବନବିଭାଗ ଗୁରୁତ୍ତର ନେବା ସହ ଜେଟିଏଫ ସହାୟତାରେ ତଦନ୍ତକୁ ଆଗକୁ ବଢ଼ାଇ ଗୁଳିକୁ ଫରେନ୍ସିଂ ଟେଷ୍ଟ ପାଇଁ ପଠା ଯାଇଥିଲା। ଏହି ଘଟଣାରେ ପୋକୁଣ୍ଡା ଗ୍ରାମର ପ୍ରକାଶ ମୁଣ୍ଡା , ପ୍ରଦୀପ ମୁଣ୍ଡା , ନରୁ ପଧାନ ଓ ନରୋତ୍ତମ ପ୍ରଧାନ। ସେମାନଙ୍କଠାରୁ ୪ଟି ଦେଶୀ ବନ୍ଧୁକ, ଧନୁତୀର, ବର୍ଚ୍ଛା, ଫାଶ, ଖଣ୍ଡା ଆଦି ଜବତ କରାଯାଇଛି ବୋଲି ବନ ବିଭାଗ କହିଛି।

Leave a Reply

Your email address will not be published. Required fields are marked *