
ଅନୁଗୋଳ,:ଚଳିତ ମାସ ୧ ତାରିଖ ଓଡିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ନବ ବର୍ଷ ପର୍ଯ୍ୟନ୍ତ ବହୁ ଆଡମ୍ବର ସହ ଓଡିଆ ପକ୍ଷ ପାଳନ କରାଯାଊଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଐତିହଗଣ ଦୌଡର ଆୟୋଜନ କରାଯାଇଥିଲା । ଏହି ଗଣ ଦୌଡକୁ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନୁଗୋଳ ଓ ଓଡିଶାରେ ରହିଥିବା ଐତିହସ୍ଥଳୀ ଗୁଡିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢୀଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ହେଊଛି ଆଜିର ଗଣ ଦୌଡର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । ଏହି ଗଣ ଦୌଡରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରିଡାବୀତ୍ ଓ ବୁଦ୍ଧିଜିବୀ ବହୁ ସଂଖ୍ୟାରେ ଯୋଗ ଦେଇ ଓଡିଶା ଓ ଅନୁଗୋଳର ସମ୍ପର୍କିତ ପ୍ଲାକାର୍ଡ ଧରି ସଚେତନତାର ବାର୍ତ୍ତା ନେଇ ସ୍ଥାନୀୟ ଶୈଳଶ୍ରୀ କ୍ଷେତ୍ର ଠାରୁ ଆରମ୍ଭ କରି ବି ଇ ଡି ଛକ, ସର୍କିଟ ହାଊସ, ଥାନ ଛକ ଦେଇ ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୂକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା କ୍ରୀଡା ଅଧୂକାରୀ ଶ୍ରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଯୋଗ ଦେଇଥିଲେ ।

 
                                