
ତିନ ଗୁରୁତର, ଦୁଇ ଆହତ
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମ ନିକଟରେ ଥିବା FCI ଚାଉଳ ଗୋଦାମ ସାମ୍ନା ରେ ଦୁଇ ବାଇକ୍ ଧକ୍କା । ତିନି ଗୁରୁତର ଦୁଇ ଆହତ। ତିନି ଗୁରୁତର ମାନେ ହେଲେ ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ଗ୍ରାମର ସନାତନ ନାୟକ ଙ୍କ ପୁଅ ସୁରତ ନାୟକ (୨୬), ଅଲେଖ ନାୟକ ଙ୍କ ପୁଅ ସିଦ୍ଧେଶ୍ୱର ନାୟକ (୨୨) ଏବଂ ଦୁଦୁରକୋଟ ଗ୍ରାମର ସଞ୍ଜୟ ସାହୁ ଙ୍କ ପୁଅ ସତ୍ୟ ବ୍ରତ ସାହୁ (୨୮) ଓ ଦୁଇ ଆହତ ହେଲେ ନିରଞ୍ଜନ ନାୟକ ଏବଂ ପ୍ରତ୍ୟୁଷ ସାହୁ ବୋଲି ଜଣା ପଡିଛି।

ସୂଚନା ଯେ, ସତ୍ୟବ୍ରତ ସାହୁ ଏବଂ ପ୍ରତ୍ୟୁଷ ସାହୁ FCI ଚାଉଳ ଗୋଦାମ ସମ୍ମୁଖରେ ସାମ୍ନାରେ ଭଡାରେ ରୁହନ୍ତି । ଆଜି ସନ୍ଧ୍ୟା ୮ ଘଟିକା ବେଳେ ବାଇକ୍ ଯୋଗେ କୌଣସି କାମରେ ଅନୁଗୋଳ ସହରକୁ ଆସି ରହୁଥିବା ସ୍ଥାନକୁ ଫେରୁଥିଲେ । ରହୁଥିବା ସ୍ଥାନର ସମ୍ମୁଖରେ ଡାହାଣ ଦିନକୁ ଇଣ୍ଡିକେଟର ଦେଇ ଯାଉଥିବା ବେଳେ ଅନୁଗୋଳ ସହର ଆଡୁ ଆସୁଥିବା ଆଉ ଏକ ବାଇକ୍ ଧକ୍କା ଦେଇଥିଲେ। ଧକ୍କା ଦେବା ବାଇକ୍ ରେ ସୁରତ ନାୟକ, ସିଦ୍ଧେଶ୍ୱର ନାୟକ, ନିରଞ୍ଜନ ନାୟକ ଆସୁଥିଲେ।

ଏହି ଧକ୍କା ହେବା ଫଳରେ ପାଞ୍ଚ ଜଣ ଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ। ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଙ୍କ ସହାୟତାରେ ପାଞ୍ଚ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ଏ ପରେ ପୋଲିସ ଘଟଣା ର ତଦନ୍ତ କରୁଛି।