• Fri. Sep 5th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ

Bymamatanews

Sep 5, 2025
Spread the love

“ଧରତୀ ଆଵା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ” ଅଧିନସ୍ଥ “ଆଦି କର୍ମଯୋଗୀ ଅଭିଯାନ ” କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅନଗୁଳ ଜିଲ୍ଲାରେ ୩ଦିନିଆ ଜ଼ିଲ୍ଲା ସ୍ତରୀୟ ପ୍ରକ୍ରିୟା ଗବେଷଣାଗାର/ କର୍ମଶାଳା ୦୪/୦୯/୨୫ ରୁ ୦୬//୦୯/୨୫ ଅନୁଷ୍ଠିତ ହେଉଅଛି l

ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ଅନୁଗୋଳ ଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯାଇଅଛି l ଏହି ଅଭିଯାନ ଅଧୀନରେ ଅନୁଗୋଳ ଜିଲ୍ଲା ର ୭ଟି ବ୍ଲକ ର ୫୯ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଅଛି l
୩ ଦିନ ଧରି ଅନୁଷ୍ଠିତ ଏହି କର୍ମଶାଳାରେ ଜନଜାତି ଗ୍ରାମଗୁଡିକର ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ

ଙ୍କ ଦ୍ୱାରା ବ୍ଲକସ୍ତରୀୟ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି l ଏହା ଦ୍ୱାରା ପ୍ରଶିକ୍ଷକମାନେ ଦକ୍ଷତା ବିକାଶ ଏବଂ ଅଂଶଗ୍ରହଣ ମୂଳକ କାଯ୍ୟକଳପରେ ନିଜକୁ ନିୟୋଜିତ କରିବା ସହ ତୃଣମୂଳସ୍ତରରେ କାର୍ଯ୍ୟକ୍ରମକୁ ସଫଳ କରିବେ ଲ ଜିଲ୍ଲା ସାଧନ କେନ୍ଦ୍ର, ଅନଗୁଳ ସଭାଗୃହରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଅନଗୁଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପାଲଲହଡାଙ୍କ ସମେତ ବିଭିନ୍ନ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *