• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆହତ କନେଷ୍ଟବଳ କୁ ଭେଟିଲେ ଡିଜିପି

Bymamatanews

Oct 5, 2024
Spread the love

କର୍ମକ୍ଷେତ୍ରରେ ମରଣାନ୍ତକ ଆକ୍ରମଣ ର ଶିକାର ହୋଇଥବା କନେଷ୍ଟବଳ କୁ ଭେଟିଲେ ଡିଜୀପି। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗ୍ରାମର ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପୁଲିସ୍ କନେଷ୍ଟବଳ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି |


ସୂଚନାନୁସାରେ, ଶୁକ୍ରବାର ଝରାପାଲି ଗ୍ରାମର କମଳୁ ପ୍ରଧାନ (୫୦) ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା | କମଳୁ ରାଗରେ ଲକ୍ଷ୍ମୀପ୍ରିୟାଙ୍କୁ ଜୀବନରେ ମାରିଦେବେ ବୋଲି କହିବାରୁ ଭୟଭୀତ ହୋଇ ଲକ୍ଷ୍ମୀପ୍ରିୟା ପୁଲିସ୍‌କୁ ଫୋନ କରିଥିଲେ | ସୂଚନା ପାଇ ବୁର୍ଲା ଥାନାର ଇଆର୍‌ଭି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ତେବେ ଇଆର୍‌ଭିରେ ଥିବା କନେଷ୍ଟବଳ ସରୋଜ ଭୋଇ ଘରକୁ ପଶିବା କ୍ଷଣି କମଳୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା | କର୍ମକ୍ଷେତ୍ର ରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ଏସସିବି ମେଡିକାଲରେ ଭେଟିଛନ୍ତି।ତାଙ୍କୁ ଚିକିତ୍ସା କରୁଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ବିଭୁତି ଭୁଷଣ ନାୟକଙ୍କ ସହ ଆଲୋଚନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

Leave a Reply

Your email address will not be published. Required fields are marked *