• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆଇଏଫଏଫଆଇ ୨୦୨୪ ରେ ‘ଶ୍ରେଷ୍ଠ ଭାରତୀୟ ଫିଚର ଫିଲ୍ମ ଡେବ୍ୟୁ ନିର୍ଦ୍ଦେଶକ’ ବର୍ଗ ପାଇଁ ଆନୁଷ୍ଠାନିକ ଚୟନ ଘୋଷଣା

Bymamatanews

Nov 5, 2024
Spread the love

୫୫ତମ ଆଇଏଫ୍ଏଫ୍ଆଇରେ ଭାଗ ନେବେ ଭାରତୀୟ ନିର୍ଦ୍ଦେଶକଙ୍କ ୫ଟି ଡେବ୍ୟୁ ଫିଚର ଫିଲ୍ମ

ଦେଶରେ ନୂତନ ଏବଂ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣ ଆପଣଙ୍କ ପାଇଁ ଏକ ନୂତନ ପୁରସ୍କାର ବର୍ଗ ଆଣିଛି: ‘ଇଣ୍ଡିଆନ୍ ଫିଚର୍ ଫିଲ୍ମର ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ଯେଉଁଥିରେ ପାଞ୍ଚଟି ଉଲ୍ଲେଖନୀୟ ଡେବ୍ୟୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଯାହା ସମଗ୍ର ଭାରତର ନୂତନ ଦୃଷ୍ଟିକୋଣ, ବିବିଧ କାହାଣୀ ଏବଂ ଅଭିନବ ସିନେମା ଶୈଳୀ ଉପରେ ଆଲୋକପାତ କରିବ। ୨୦୨୪ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆଇଏଫ୍ଏଫ୍ଆଇ ରେ ଇଣ୍ଡିଆନ୍ ଫିଚର ଫିଲ୍ମର ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ବର୍ଗରେ ଆନୁଷ୍ଠାନିକ ପୁରସ୍କାର ପ୍ରଦାନ କରାଯିବ ।

ଭାରତୀୟ ଫିଚର ଫିଲ୍ମ ବିଭାଗର ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକଅଫିସିଆଲ ଚୟନ

Sr. No.Original Title of FilmDirectorLanguage
1BoongLakshmipriya DeviManipuri
2Gharat GanpatiNavjyot BandiwadekarMarathi
3Mikka Bannada Hakki (Bird of a Different Feather)Manohara KKannada
4Razakar (Silent Genocide of Hyderabad)Yata SatyanarayanaTelugu
5Thanupp (The Cold)Ragesh NarayananMalayalam


ଏହି ପ୍ରତ୍ୟେକ ଚଳଚ୍ଚିତ୍ର ଭାରତର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାର ପ୍ରତିଫଳନ ।

ସମାପନ ସମାରୋହରେ ପ୍ରଦାନ କରାଯିବ ପୁରସ୍କାର

ଗୋଆରେ ୫୫ତମ ଆଇଏଫ୍ଏଫ୍ଆଇ ରେ ଏହି ଚୟନ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକର ବିଚାରକ ମଣ୍ଡଳୀ ମୂଲ୍ୟାୟନ କରିବେ ଏବଂ ନଭେମ୍ବର ୨୮, ୨୦୨୪ରେ ସମାପନ ସମାରୋହରେ ଇଣ୍ଡିଆନ୍ ଫିଚର ଫିଲ୍ମ ଆୱାର୍ଡର ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ବିଜେତା ଘୋଷଣା କରାଯିବ।

ଭାରତର ଚଳଚ୍ଚିତ୍ର ଓ କଳା ସମ୍ପ୍ରଦାୟର ବିଶିଷ୍ଟ ବୃତ୍ତିଜୀବୀଙ୍କୁ ନେଇ ଗଠିତ ପ୍ରିଭ୍ୟୁ କମିଟି ୧୧୭ ଯୋଗ୍ୟ ଏଣ୍ଟ୍ରିରୁ ଏହି ପାଞ୍ଚଟି ଚଳଚ୍ଚିତ୍ର ଚୟନ କରିଛି

ଉଦୀୟମାନ ଭାରତୀୟ ପ୍ରତିଭା ଉପରେ ଆଲୋକପାତ

ଚଳିତ ବର୍ଷ ଆଇଏଫଏଫଆଇ ଚଳଚ୍ଚିତ୍ର ଶିଳ୍ପରେ ନୂତନ ଦୃଷ୍ଟିକୋଣ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଚଳଚ୍ଚିତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହି ଡେବ୍ୟୁ ଫିଲ୍ମଗୁଡ଼ିକୁ ସମ୍ମାନିତ କରି ଆଇଏଫଏଫଆଇ ଭାରତୀୟ ସିନେମା ପ୍ରତି ବିଶ୍ୱସ୍ତରୀୟ ପ୍ରଶଂସାକୁ ପ୍ରୋତ୍ସାହିତ କରୁଛି ଏବଂ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାଙ୍କୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି ।

ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଫିଲ୍ମ ପ୍ରଡ୍ୟୁସର୍ସ ଆସୋସିଏସନ୍ (ଏଫ୍ଆଇଏପିଏଫ୍) ଦ୍ୱାରା ପ୍ରତିଯୋଗିତାମୂଳକ ଫିଚର ଫିଲ୍ମ ବର୍ଗରେ ସ୍ୱୀକୃତିପ୍ରାପ୍ତ ୧୪ ଟି ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ଅନ୍ୟତମ ଭାବେ ଆଇଏଫ୍ଏଫ୍ଆଇ ହେଉଛି ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଅନ୍ତର୍ଜାତୀୟ ପ୍ରଦର୍ଶନ ହାସଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ।

Leave a Reply

Your email address will not be published. Required fields are marked *