• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଡ଼ ଦର୍ଲିପାଲି ସେବାଶ୍ରମ ବିଦ୍ୟାଳୟ ରେ ବିଜ୍ଞ୍ୟାନ ମେଳା

Bymamatanews

Nov 5, 2024
Spread the love

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବଡ଼ଦର୍ଲିପାଲି ସେବାଶ୍ରମ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି |ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଭାବନା ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ବିଜ୍ଞାନ ର ଗୁରୁତ୍ୱ ତଥା ଭବିଷ୍ୟତ ରେ ଜଣେ ଜଣେ ବୈଜ୍ଞାନିକ ହେବା ପାଇଁ ବାର୍ତା ପ୍ରଦାନ କରିଥିଲେ |

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଉମାଶଙ୍କର ବେହେରା, ପରିଚାଳନା କମିଟି ସଭ୍ୟ ଶ୍ରୀ ଜୀବର୍ଧନ ବେହେରା ଓ ସଭ୍ୟ ଶ୍ରୀ ନହର ସାଏ ପଟେଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |ଠିକ ସେହିପରି ଉଦଯାପନୀ ଉତ୍ସବରେ ବ୍ଲକ ମଙ୍ଗଳ ଅଧିକାରୀ ସୁଶ୍ରୀ ଲିଳିମା ଧାରୁଆ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ |ଅମ୍ବାଭୋନା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଲାଲମୋହନ ସିଂ ଓ ଶ୍ରୀ ମୋହନ ଚରଣ ମହନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଉମାଶଙ୍କର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ମାନଂକୁ ପୁରସ୍କାର ବଣ୍ଟନ କରିଥିଲେ |ଶିକ୍ଷକ ଶ୍ରୀ ବଳରାମ ଦରଦମେଘ ଓ ଶିକ୍ଷକ ଶ୍ରୀ ସନ୍ତୋଷ ମାଝୀ ବିଚାରକ ରୂପେ ଯୋଗଦାନ କରିଥିଲେ |

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଦ୍ୟାଧର ପଶାୟତ ଉଭୟ ସଭାର ସଭାପତିତ୍ୱ କରିଥିବା ବେଳେ, ବିଦ୍ୟାଳୟ ଶିକ୍ଷକ/ ଶିକ୍ଷୟିତ୍ରୀ ରାଧିକା ନାୟକ,ମୀନକେତନ ଭଇସା, ସୁବଳ ବେହେରା, ଗାୟତ୍ରୀ ଡନ୍ସନା, ଚନ୍ଦ୍ରମା ଗର୍ତିଆ ଓ ମୀରା ପଶାୟତ ସଭା ପରିଚାଳନାରେ ସହଯୋଗ କରିଥିଲେ |ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସର୍ବମୋଟ ୪୦ ଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା |ବିଦ୍ୟାଳୟ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ଶେଷରେ ଶିକ୍ଷକ ସୁବଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *