• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଭେଟିଲେ ୬ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା

Bymamatanews

Nov 5, 2024
Spread the love


ଅନୁଗୁଳ (୫/୧୧/୨୦୨୪) : ତାଳଚେର କୋଇଲା ଖଣି ରେ ଜମି ହରାଇ ଥିବା ତାଳଚେର ବ୍ଲକର ୬ଟି ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟି ଦାବୀ ଉପସ୍ଥାପନା କରିଛନ୍ତି। ଏମସିଏଲ କ୍ଷତିଗ୍ରସ୍ତ ସୋଲଡା, ତେଲିପୁର, ଖୁରୀଙ୍ଗା, ପ୍ରସନ୍ନ ନଗର, ନାଥ ଗାଁ, ସତ୍ୟବାଦୀପୁର ଗ୍ରାମର କ୍ଷତିଗ୍ରସ୍ତ ଲୋକମାନେ ନିଯୁକ୍ତି ଓ ଥଇଥାନ ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ର ଏକ କପି ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଭେଟି ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ପାଣି ଏମସିଏଲ ର ବୈଷୟିକ ନିର୍ଦେଶକ କେଶବ ରାଓ ଙ୍କୁ ଫୋନ ରେ ଏ ବିଷୟରେ ଜଣାଇଛନ୍ତି। ଉକ୍ତ ଦାବୀ ବିଷୟରେ ଗୁରୁତ୍ୱର ସହ ବିଚାର କରିବେ ବୋଲି ସେ ସାଂସଦ ଙ୍କୁ କହିଛନ୍ତି। ଏକ ପ୍ରତିନିଧି ମଣ୍ଡଳୀ ଖୁବଶୀଘ୍ର ଡିପି ଶ୍ରୀ ରାଓ ଙ୍କୁ ଭେଟିବେ ବୋଲି ପ୍ରକାଶ। ଗ୍ରାମବାସୀ ଙ୍କ ତରଫରୁ ଦିବ୍ୟରଞ୍ଜନ ଗଡ଼ନାୟକ, ମୁନା ବେହେରା, ଅରୁଣ କୁମାର ସାହୁ, ସତ୍ୟମ ଭୁକ୍ତା, ଦେବାଶିଷ ବେହେରା, ନଗେନ ସାହୁ, ରାକେଶ ସାହୁ, ଅନିଲ ପ୍ରଧାନ ଓ ରଶ୍ମିତା ସାହୁ ଙ୍କ ନେତୃତ୍ୱ ରେ ଶତାଧିକ ଗ୍ରାମବାସୀ ସାଂସଦ ଶ୍ରୀ ପାଣି ଙ୍କୁ ଭେଟି ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *