• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୫ ଲକ୍ଷ ନେଇ ଠକିବା ଅଭିଯୋଗ ରେ ଜମି ମାଫିଆ ଗିରଫ

Bymamatanews

Dec 5, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗଡ଼ ତଳମୂଳ ପଞ୍ଚାୟତର ଜଣ ଯୁବତୀ ଜମି ମାଫିଆଙ୍କ ଠକାମି ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଠକାମି ର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ତଳମୂଳ ପଞ୍ଚାୟତ ର ନାରାୟଣ ଜେନା ଙ୍କ ଝିଅ ଶକୁନ୍ତଳା ଜେନା ।ଶକୁନ୍ତଳା ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଆଜିକୁ ପ୍ରାୟ ବର୍ଷ (୨୦୨୧-୨୨-୨୩-୨୪) ମସିହାରେ ହିନ୍ଦୋଳ ଥାନା କଂସାର ଗ୍ରାମର ମନ୍ଦର ଅମାନ୍ତ ଙ୍କ ପୁଅ ଆଶିଶ ଅମାନ୍ତ ଓ ପୁରୁଷୋତ୍ତମ ବେହେରା ଙ୍କ ପୁଅ ମଳୟ ବେହେରା ଜମି ଦେବାକୁ କହି ଚେକ, ଫୋନ୍ ପେ ଓ ନଗଦ ଟଙ୍କା ବାବଦ ରେ ୧୫ ଲକ୍ଷ ୮୦ ହଜାରେ ଟଙ୍କା ନେଇଥିଲେ। ଜମି ଦେବା ବଦଳରେ ଶକୁନ୍ତଳା କୁ ବାରମ୍ବାର ଠକୀ ଚାଲିଥିଲେ । ସେଥିମଧ୍ୟରୁ ଆଶିଶ କିଛି ଦିନ ହେବ ୨ ଲକ୍ଷ ୪୦ ହଜାର ଟଙ୍କା ଫେରସ୍ତ କରିଥିଲେ। ମଳୟ ନେଇଥିବା ଟଙ୍କା ଫେରାଇବା ପାଇଁ ଶକୁନ୍ତଳା ଯୋଗାଯୋଗ କରିଥିଲେ ମଧ୍ଯ ଫେରାଇବା ତ ଦୂର କଥା ମଳୟ ଙ୍କ ସ୍ତ୍ରୀ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଓ ଥାନାରେ ଅଭିଯୋଗ କଲେ ହତ୍ୟା ପରି ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ମଳୟ କୁ ଯୋଗାଯୋଗ କରିବାରୁ ଗାଳିଗୁଲଜ କରିବା ସହ ଗ୍ରାମରେ ଶକୁନ୍ତଳାଙ୍କ ନାମରେ ବିଭିନ୍ନ ଲଙ୍ଗଳା ଫୋଟ ଅପମାନ କଥା କହିବାରୁ ଗ୍ରାମରେ ଲଜ୍ଜିତ ମନେ କରି ଥାନାରେ ଅଭିଯୋଗ କରିଥିଲେ। ବଅଁରପାଳ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ମଳୟ ବେହେରା ଓ ତାଙ୍କ ସ୍ତ୍ରୀ ସୁପ୍ରଭା ବେହେରା କୁ ଗିରଫ କରିବା ସହ ଦୁଇଜଣଙ୍କୁ କୋର୍ଟଚାଲଣ କରିଛନ୍ତି ।

Leave a Reply

Your email address will not be published. Required fields are marked *