ନାକଟିଦେଉଳ ଜଙ୍ଗଳରେ ଲୁଚି ରହିଥିବା ଅଭିଯୁକ୍ତ ହେଲା ଗିରଫ
ଅନୁଗୁଳ ଜିଲ୍ଲାର କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗୁଳିକାଣ୍ଡ ଆଲୋଡନ ସ୍ରୁଷ୍ଟି କରିଥିବା ଘଟଣା ଉପରୁ ଆଜି ପର୍ଦ୍ଦାଫାସ କରିଛି ପୋଲିସ । ପୂର୍ବଶତ୍ରୁତାରୁ ବାପା ଟାର୍ଗେଟ୍ରେ ଥିବାବେଳେ ତାଙ୍କର ନାବାଳକ ପୁଅ, ଝିଅଙ୍କଠି ଗୁଳି ବାଜିଥିଲା | ସୂଚନା ଅନୁଯାୟୀ, କିଶୋରନଗର ଥାନାଠାରୁ ୮ କି.ମି. ଦୂର ଭାଙ୍ଗମୁଣ୍ଡା ଗାଁରେ ଗତ ୨ ତାରିଖ ରାତି ସାଢ଼େ ୧୧ଟାବେଳେ ଗୁଳି ଫୁଟିଥିଲା | ଏହି ଗୁଳିମାଡ଼ରେ ଗାଁର ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ୧୧ ବର୍ଷୀୟ ପୁଅ ପ୍ରକାଶ ଓ ୧୫ ବର୍ଷୀୟ ଝିଅ ଯାଜ୍ଞସେନୀ ଗୁରୁତ୍ତର ଆହତ ହୋଇଥିଲେ। କିଏ କାହିଁକି ଏହି ନାବାଳକ ଭାଇ, ଭଉଣୀଙ୍କୁ ଗୁଳି ମାରିଲା, ସେ ନେଇ ସମସ୍ତେ ବିସ୍ମିତ ହୋଇଥିଲେ। ପୁଲିସ ପକ୍ଷରୁ ବିଭିନ୍ନ ବିଭାଗରୁ ଅନୁସରଣ କରି


ଅନୁଗୁଳ ଏସ୍ପି ରାହୁଲ ଜୈନ, ଅତିରିକ୍ତ ଏସ୍ପି ସତ୍ୟଜିତ ମିଶ୍ର, ଏସ୍ଡିପିଓ ବାଳକୃଷ୍ଣ କହଁରଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ନେଇ ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତ ପ୍ରଶାନ୍ତ ମିର୍ଦ୍ଧା ଧରାପଡ଼ିବା ଭୟରେ ଗାଁରୁ ଖସିଯାଇଥିଲା । ସେ ପଳାଇଯାଇ ନାକ୍ଟିଦେଉଳ ଜଙ୍ଗଲରେ ଲୁଚି ରହିଥିଲା। ତାକୁ ଧରିବା ପାଇଁ ସ୍ପେସାଲ ସ୍ଟାଡ୍ ଗଠନ କରାଯାଇଥିବା ବେଳେ ସାଇବର ସେଲ୍ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ଅଭିଯୁକ୍ତର ଫୋନ୍ କଲ୍ ଟ୍ରାକ୍ କରାଯାଇ ଜଙ୍ଗଲରୁ ତାକୁ ଗିରଫ କରାଯାଇଥିଲା | ତେବେ ଗୁଳିମାଡରେ ଶିକାର ହୋଇଥିବା ଶିଶୁଙ୍କ ବାପା ପ୍ରଫୁଲ ମିର୍ଦ୍ଧା ଓ ସେହି ଗ୍ରାମର ପ୍ରଶାନ୍ତ ମିର୍ଦ୍ଧା ଦୁଇବର୍ଷ ହେବ ଶତ୍ରୁତା ରହି ଚାଲିଥିଲା। ଆଜି ପୋଲିସ ଅଭିଯୁକ୍ତକୁ କୋର୍ଟଚାଲଣ କରିଥିବା ସୂଚନା ଦେଇଛନ୍ତି।
