• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୁଲାଡ ଟ୍ରକ ମାଲିକ ସଂଘ ପକ୍ଷରୁ ବିନା ଶୁକ୍ଳରେ ଆମ୍ବୁଲାନ୍ସ ସେବାର ଶୁଭ ଉଦ୍ଘାଟନ

Bymamatanews

Feb 6, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଥିବା କୁଲାଡ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ସଂଘ ସଭାପତି ମନୋରଞ୍ଜନ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ଆମ୍ବୁଲାନ୍ସର ଲୋକାର୍ପିତ କରାଯାଇଛି। ଅତିଥି ଭାବେ ରାଜ୍ୟ ଟ୍ରକ ମହାସଂଘ ସାଧାରଣ ସମ୍ପାଦକ ରବିନାରାୟଣ ଶତପ‌ଥୀ ଯୋଗ ଦେଇଥିଲେ। ଲୋକାର୍ପିତ ଆମ୍ବୁଲାନ୍ସଟି ପଚିଶି ଲକ୍ଷଟଙ୍କାରୁ ଊର୍ଦ୍ଧ୍ଵ ଅଟକଳରେ କିଣାଯାଇଛି। ଏହା କାର୍ଯ୍ୟାଳୟ ପରିସରରେ ରହିବା ସହ ପାରିପାର୍ଶିକ ଅଞ୍ଚଳ ସହ ଭୂଷଣରୁ ଅନୁଗୋଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁର୍ଘଟଣାରେ ସହାୟକ ହେବ। ଏଥିରେ ଜଣେ ଫାର୍ମାସିଷ୍ଟ ରହିବେ। ଯୋଗାଯୋଗ କରିବା ପାଇଁ ତିନୋଟି ମୋବାଇଲ ନମ୍ବର ଦିଆଯାଉଛିଏବଂ ମେଡିକାଲ୍ ସହ ଜଡ଼ିତ ରହିବ,ଆବଶ୍ୟକ ପଡ଼ିଲେ କଟକ ଓ ଭୁବନେଶ୍ଵରକୁ ବିନା ଶୁଳ୍କରେ ଗଡ଼ିବ। ମନୋରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିବା ସହ କୁଲାଡ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ନାଲକୋ ଗ୍ରହଣ କରୁ ବୋଲି ଦାବି କରିଥିଲେ। ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, କାର୍ଯ୍ୟକାରୀ ସଭାପତି ଦିଲିପ ପାଣି, ନାଲକୋ ସି.ପି.ପି ସମୂହ ପ୍ରବନ୍ଧକ ଅମରେନ୍ଦ୍ର ମିଶ୍ର, ମହାସଂଘ କମିଟି ସଦସ୍ୟ ଶ୍ଵେତବ୍ରତ ସ୍ବାଇଁ ଏବଂ କୁଲାଡ ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ରାଜୀବ ଜେନା ମଞ୍ଚାସୀନ ଥିଲେ।

Leave a Reply

Your email address will not be published. Required fields are marked *