ଅନୁଗୁଳ ଜିଲ୍ଲା ଦିନକୁ ଦିନ ପ୍ରଦୂଷଣ ବଳୟ ଭିତରକୁ ଠେଲି ହୋଇ ଯାଊଛି । ଅନୁଗୁଳ ଜିଲ୍ଲାର ମାଟି,ପାଣି,ପବନ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ।ଖଣି,କାରଖାନା ପ୍ରତିଷ୍ଠା ପାଇଁ ହଜାର ହଜାର ଏକର ଜଙ୍ଗଲ ସଫା କରି ଦିଆଯିବା ସହ ହଜାର ହଜାର ଏକରର ଚାଷ ଜମି,ଘରଦ୍ବାର ଊଜାଡି ଦିଆଯାଊଛି । ବିକାଶ ନାଁରେ ଜିଲ୍ଲାକୁ ବିନାଶ ଆଡକୁ ଟାଣି ନେଊଛି ଅନୁଗୁଳ ବାଜିରାଊତ ଛାତ୍ରାବାସଠାରେ ତାଳଚେର-ଅନୁଗୁଳ ବଞ୍ଚାଅ ଆନ୍ଦୋଳନ(ତାବା) ଦ୍ବାରା ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି । ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜିଲ୍ଲାବାସୀ ଆଜି ବିସ୍ଥାପନ ସମସ୍ୟାରେ ଊବୁଟୁବୁ । ଲୋକମାନେ ଖଣି, କାରଖାନା ଯୋଗୁଁ ସେମାନେ ସେମାନଙ୍କର ସମସ୍ତ ଜମିବାଡି,ଘରଦ୍ବାର ହରାଇ ସର୍ବସ୍ବାନ୍ତ ହୋଇ ପଡିଥିଲାବେଳେ ଖଣି, କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଫଳରେ ପୁରା ବାୟୁମଣ୍ଡଳ ପ୍ରଦୂଷିତ ହୋଇ ପଡିଛି । ଭୂତଳ ଜଳରେ ଫ୍ଲୋରାଇଡ ଓ ନାଇଟ୍ରେଟର ପରିମାଣ ଅଧିକ । କାର୍ବନ ମୋନକସାଇଡଠାରୁ ଆରମ୍ଭ କରି,ସଲଫର ଡାଇ ଅକସାଇଡ ଭଳି ବିଭିନ୍ନ ମାରାତ୍ମକ ଗ୍ୟାସ ନିର୍ଗତ ହେବା ଫଳରେ ଜିଲ୍ଲାର ପୁରା ପରିବେଶ ପ୍ରଦୂଷିତ ହୋଇ ପଡିଛି । କଣିହାଁଠାରୁ ଆରମ୍ଭ କରି ତାଳଚେର , ବଅଁରପାଳ , ଛେଣ୍ଡିପଦା ଓ ଅନୁଗୁଳର ଜନ ସାଧାରଣ ଧୂଳି,ଧୂଆଁ ଓ ପାଊଁଶରେ ଗୋଧୋଊଛନ୍ତି। ପ୍ରଦୂଷଣର ପ୍ରଭାବରେ ଜିଲ୍ଲାରେ ବିଶେଷ କରି ତାଳଚେର ଓ ଅନୁଗୁଳ ଶିଳ୍ପାଂଚଳରେ ହୃଦ ରୋଗ,ଚର୍ମ ରୋଗ , କ୍ୟାନସର, ପେଟ ଜନିତ ରୋଗ, ବ୍ରୋଙ୍କାଇଟସ ଓ କିଡନି ଜନିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ଏଥିରେ ବହୁ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି ।କଟକ,ଭୂବନେଶ୍ବରର ବିଭିନ୍ନ କର୍ପୋରେଟ ହସପିଟାଲ ଗୁଡିକରେ ଯେଊଁଠି ଦେଖିବ ଅନୁଗୁଳ ଜିଲ୍ଲାର ରୋଗୀଙ୍କ ସଂଖ୍ୟା ଅଧିକ । ଜିଲ୍ଲାରେ ଗଢି ଊଠିଥିବା ଖଣି, ଶିଳ୍ପ, କାରଖାନାଗୁଡିକ ଯେଭଳିଭାବେ ସ୍ବାସ୍ଥ୍ୟ ସେବା ଯୋଗାଇବା କଥା ସେଭଳି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଊ ନାହିଁ।ସେହିଭଳି ସଂପୃକ୍ତ କଳକାରଖାନା ଯୋଗୁଁ ଜିଲ୍ଲାର ଜଳ ଊତ୍ସଗୁଡିକପ୍ରଦୂଷିତ ହୋଇ ବ୍ୟବହାରଯୋଗ୍ୟ ହୋଇ ପାରି ନଥିବାବେଳେ ଦୂଷିତ ପାଣି ସେବନ କରିବାକୁ ବାଧ୍ୟ ହେଊଛନ୍ତି । ଖଣି କିମ୍ବା ସଂପୃକ୍ତ ଶିଳ୍ପ,କାରଖାନା କର୍ତ୍ତୃପକ୍ଷ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନେଊ ନାହାଁନ୍ତି । ଏଥିପାଇଁ ଆଗାମୀ ଦିନରେ ଜିଲ୍ଲାବାସୀଙ୍କୁ ସଟେତନ କରାଇବା ସହ ବ୍ୟାପକ ଆନ୍ଦୋଳନ ମାଧ୍ୟମରେ ସ୍ବରକୁ ଶାଣିତ କରିବାକୁ ମତ ପୋଷଣ କରିଥିଲେ। ସମାଜ ସେବୀ କ୍ରୀଷ୍ଣ୍ଣା ମହାନ୍ତି ଜିଲ୍ଲାର ପରିବେଶ ପ୍ରଦୁଷଣ ନେଇ ଗଭୀର ଊଦବେଗ ପ୍ରକାଶ କରିବା ସହ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
