• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟ୍ରକ ଧକ୍କାରେ ନାଲକୋ ସୁରକ୍ଷା କର୍ମଚାରୀଙ୍କ ମୃତ।

Bymamatanews

Feb 6, 2025
Spread the love

କ୍ଷତିପୂରଣ ଦାବୀରେ ୪ ଘଣ୍ଟା ଜାତୀୟ ରାଜପଥ ରେ ଯାନବାହାନ ଚଳାଚଳ ଠପ

ଅନୁଗୋଳ ଜିଲ୍ଲା ବଅଁରପାଳ ଜାତୀୟ ୫୫ ନମ୍ଵର ରାଜପଥ କଲେଜ ଛକ ନିକଟରେ ସନ୍ଧ୍ୟା ୬.୩୦ ଘଟିକା ସମୟରେ ଏକ ଟ୍ରକ ଧକ୍କାରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଘଟଣା ରୁ ପ୍ରକାଶ ବଅଁରପାଳ ଥାନା ବନ୍ଦା ଗ୍ରାମର ସୁଜିତ କୁମାର ନାହାକ ବୟସ ୨୭ ନାଲକୋ ଆଲୁମିୟମ୍ ପାର୍କରେ ଏକ ଠିକା କର୍ମଚାରୀ ସଂସ୍ଥାରେ ସୁରକ୍ଷା କର୍ମଚାରି ଭାବରେ କାମ କରନ୍ତି ଆଜି ସନ୍ଧ୍ୟା ସମୟରେ ନିଜ ସ୍କୁଟି OD 19K 0726 ଯୋଗେ ବଅଁରପାଳ ଛକକୁ ଆସି ମେଡିସିନ ନେଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସି ସ୍କୁଟି ଉପରେ ଚଢି ଯାଇଥିଲା ଫଳରେ ସୁଜିତଙ୍କ ମୃତ ଘଟିଥିଲା ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝା ଶୁଝା କରିଥିଲା ଶେଷ ପର୍ଯନ୍ତ ଉତେଜିତ୍ତ ଲୋକ କ୍ଷତି ପୂରଣ ଦାବିରେ ମୃତଦେହକୁ ଛାଡି ନଥିଲେ।

Leave a Reply

Your email address will not be published. Required fields are marked *