ଓଡିଶାର ଗ୍ରାମାଣ ଭିତ୍ତିଭୂମାର ବିକାଶକୁ ତ୍ବରାନ୍ବିତ କରିବା ତଥା ଗ୍ରାମୀଣ ଜୀବନ ଶୈଳୀର ମାନବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ “ବିକଶିତ ଗାଁ, ବିକଶିତ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଠାରେ ୧ହଜାରରୁ ଊଦ୍ଧ ଜନସାଧାରଣ ଆଭାସି ମାଧ୍ୟମରେ ଯୋଡି ହୋଇଥିଲେ। କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି , ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ ନାଥ, ବିଡିଓ ଲୋଚନ ଦାସ , ବ୍ଲକ୍ ମଣ୍ଡଳ ସଭାପତି କିଟୁ ପଣ୍ଡା , ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଛବି ମୋହନ ସାହୁ , ବିଜେପି ଦଳର ବରିଷ୍ଠ ନେତା ଓ ୩୫ଟି ପଞ୍ଚାୟତ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ଏହି ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳ ଭିତ୍ତିଭୂମାର ବିକାଶ ପାଇଁ ବର୍ଷକୁ ୧ ହଜାର କୋଟି ଲେଖାଏଁ ପାଞ୍ଚ ବର୍ଷରେ ମୋଟ ୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ସେହିପରି ଏହି ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ । ଏହି ଯୋଜନାରେ ମୌଳିକ ଭିତ୍ତି ଭୂମିର ବିକାଶ ସହ ଗ୍ରାମୀଣ ଯୋଗା ଯୋଗ ବ୍ୟବସ୍ଥାର ସୁଦୃଦ୍ଧିକରଣ ଉପରେ ଗୁରୁତ୍ବ ଦିଆଯିବ । ଏଥି ସହିତ ବିଶେଷ ଭାବରେ ଅନୁନ୍ନତ ଜନଜାତି ବସବାସ କରୁଥିବା ଅଂଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମାର ସଂପ୍ରସାରଣ ଓ ଆଧୁନିକକରଣ ତଥା ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରୀ ଉପରେ ଗୁରୁତ୍ବ ଦିଆଯିବ ସୂଚନା ଦେଇଛନ୍ତି ।
