କୁଖ୍ୟାତ ଅପରାଧି ର କଳା ସାମ୍ରାଜ୍ୟ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେଲେ ସୂଚନା
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ନିକଟ ଆମ୍ବ ବଗିଚା ଠାରେ ପୁଣି ପୋଲିସ ର ଏନକାଉଣ୍ଟର। ଏନକାଉଣ୍ଟରରେ କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛି। ଆରକ୍ଷୀ ଅଧିକ୍ଷକ ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ ଅଭିଯୁକ୍ତ ନାୟକକୁ ଗିରଫ ପାଇଁ ଚେଷ୍ଟା କରୁଥିବା ବେଳେ କ୍ଷୀରୋଦ କୌଶଳ କ୍ରମେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଟାଉନ ଥାନା ଅଧୀନରେ ଆସୁଥିବା କୁକୁଡ଼ାଙ୍ଗ ଗ୍ରାମ ଆମ୍ବ ବଗିଚା ରେ ଫଶି ଯାଇଥିଲା। ଘଟଣାସ୍ଥଳରେ କ୍ଷୀରୋଦକୁ ଧରିବା ପାଇଁ ଛେଣ୍ଡିପଦା ପୋଲିସ, ଅନୁଗୋଳ ଟାଉନ ପୋଲିସ ଏବଂ ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତ କ୍ଷିରୋଦ ପୋଲିସ ଉପରକୁ ୩ ଗୋଟି ଗୁଳି ଅନ୍ଧାଧୁନିଆ ଚଳାଇଥିଲା । ପୋଲିସ ପାଲଟା ଜବାବ ଦେବା ବେଳେ କ୍ଷୀରୋଦର ଡାହାଣ ଗୋଡ଼ ରେ ଗୁଳି ବାଜିଥିଲା । ଗୁଳି ବାଜି ଥିବାରୁ କ୍ଷୀରୋଦକୁ ପୋଲିସ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛି । ଏ ଏନକାଉଣ୍ଟର ଘଟଣା ବିଷୟରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ପ୍ରକାଶ ଯେ, କ୍ଷୀରୋଦ ନାୟକ ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଜିଲ୍ଲା ଭଳି ଅନେକ ଜିଲ୍ଲାରେ ପାଖାପାଖି ୨୮ ଗୋଟି ମାମଲା ରହିଛି। ତାହାରି ନାମରେ ୭ ଗୋଟି ୱାରେଣ୍ଟ ଜାରି ହୋଇଥିଲା। ଏହି ଏନକାଉଣ୍ଟର ବେଳେ କ୍ଷୀରୋଦ ଠାରୁ ଗୋଟେ ବନ୍ଧୁକ, ତିନୋଟି ଖୋକା, ଗୋଟେ ବାଇକ୍ ଏବଂ ଗୋଟେ ମୋବାଇଲ ଫୋନ ଜବତ କରାଯାଇଛି। ଦୀର୍ଘ ୧୦ ବର୍ଷ ହେଲା ପୋଲିସ କ୍ଷୀରୋଦ ର ପଛରେ ପଡିଥିଲା। ଆଜି ପୋଲିସ ଧରିବାରେ ସଫଳ ହାସଲ ହୋଇଛି।

 
                                