ପୁଅର ସନ୍ଧାନ ପାଇଁ ସହୃଦୟ ବ୍ୟକ୍ତି ଙ୍କୁ ନେହୁରା ହୋଇଛନ୍ତି ମା
ଶନି ଓଷା ଦେଖିବାକୁ ଯାଇ ଜଣେ ନାବାଳକ ଘରକୁ ନଫେରିବାରୁ ନିଖୋଜ ଥିବା ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନୁଗୋଳ ଜିଲ୍ଲା ବଉଳିଗଡ ଗ୍ରାମ ପଞ୍ଚାୟତର ସୂର୍ଯ୍ୟମଣି ସାହୁଙ୍କ ବଡ଼ ପୁଅ ରାଜେଶ ସାହୁ ମେ ମାସ ୩ ତାରିଖ ଦିନ ଶନି ଓଷା ଦେଖିବାକୁ ଯାଉଛି କହି ଅପରାହ୍ନ ପ୍ରାୟ ୧ ଟା ବେଳକୁ ଘରୁ ସାଇକେଲ ନେଇ ବାହାରି ଯାଇଥିଲା। ରାଜେଶ ଶନି ଓଷା ଦେଖି ଫେରିବା ବିଳମ୍ବ ହେବାରୁ ଘର ଲୋକ ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିବା ସହ ବନ୍ଧୁ ବାନ୍ଧବ ଙ୍କ ଘର ମାନଙ୍କୁ ଫୋନ କରି ସନ୍ଧାନ ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ସବୁ ଆଡୁ ନିରାଶ ହେବା ପରେ ରାଜେଶ ଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନିଖୋଜ ପୂର୍ବରୁ ଦଶମ ଶ୍ରେଣି ର ଫଳାଫଳ କୁ ନେଇ ରାଜେଶ କୁ ତାଙ୍କ ବାପା ତାଗୀତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଘରେ ରାଜେଶ ଙ୍କ ମା ଅନୁପସ୍ଥିତ ଥିବାରୁ ବାପା ଓ ପୁଅ ବୁଝାମଣା କରି ଖିଆପିଆ କରିଥିଲେ। ବାପା ଘରେ ଶୋଇଥିବା ବେଳେ ରାଜେଶ ଘରୁ ବାହାରି ଯାଇଥିଲେ। ଗଲା ବେଳେ କଳା ରଙ୍ଗର ଏକ ହାପ ପ୍ୟାଣ୍ଟ ଓ ନୀଳ ରଙ୍ଗର ଏକ ଟି ସାର୍ଟ ପିନ୍ଧି ଯାଇଥିବା ତାଙ୍କ ବାପା ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ ଏତଲାକୁ ଗ୍ରହଣ କରି ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛନ୍ତି। ।
