
ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ଛକ ନିକଟରେ ଏୟାର ପ୍ରେସର ଫାଟି ଜଣ ଙ୍କର ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ବିହାର ରାଜ୍ୟର ଫତେରୁ ଜିଲ୍ଲା ଅନ୍ତର୍ଗତ ତାଜପୁର ଏମ ଡି ନଜରେ ଆଲମ (୨୭) । ସୂଚନା ଅନୁଯାୟୀ, ଏମ ଡି ନଜରେ ଆଲମ ବିଗତ କିଛି ବର୍ଷ ହେଲା ଜରପଡ଼ା ଥାନା ମରାତିରା ଛକ ନିକଟରେ ଏକ ଟାୟାର୍ ଶୋରୁମ ରେ କାର୍ଯ୍ୟ କରି ଆସୁଥିଲେ। ଆଜି ସନ୍ଧ୍ୟା ସମୟରେ ଟାୟାର୍ ରେ ପ୍ରେସର୍ ଦିଆ ଯାଉଥିବା ଏୟାର କଂପ୍ରେସର ଚାଲୁ କରୁଥିବା ବେଳେ ତାହା ଫାଟି ଯାଇଥିଲା।ଯାହା ଫଳରେ ୨୦ ଫୁଟ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ସହ କର୍ମୀ ମାନେ ଉଧାର୍ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ମାତ୍ର ଡାକ୍ତର୍ ସେଠାରେ ମୃତ ଘୋଷଣା କରିଥିଲେ। ଏ ଘଟଣା ବିଷୟରେ ଜରପଡ଼ା ଥାନା ଅଧିକାରୀ ଙ୍କୁ ପଚାରିବାରୁ ଘଟଣା ସ୍ଥଳରେ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ଜଣା ପଡିବ କେମିତି ମୃତ ଘଟିଛି। ପରିବାର ଲୋକ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ।
