ମହୀଧରପୁର,(୦୬/୦୫/୨୦୨୫) :ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଉଥିବା ବେଳେ ମହୀଧରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଇକି ସାହୁଙ୍କୁ କେତେକ ଦୁର୍ବୃ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏହି ଦୁର୍ବୃର୍ତ୍ତ ମାନଙ୍କ ମଧ୍ୟରେ ଅଛନ୍ତି ଦିବ୍ୟସାନ୍ତନୁ ନାଥ, ହୃଦାନନ୍ଦ ପ୍ରଧାନ, ଟୁଟୁ ପ୍ରଧାନ, ଜୁଲୁ ପ୍ରଧାନ, ଜଗା ପ୍ରଧାନ, ସିମୁଲ ନାୟକ ପ୍ରମୁଖ । ସରପଞ୍ଚ ଶ୍ରୀମତୀ ସାହୁ ଏତଲାରେ ଦର୍ଶାଇଛନ୍ତି ଯେ ଏକ ରାସ୍ତା କାର୍ଯ୍ୟର ସମୀକ୍ଷା କରିବା ପାଇଁ ବିଡିଓ, ଅତିରିକ୍ତ ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ପ ।ୟତ କାର୍ଯ୍ୟା ନିର୍ବାହୀ ଅଧିକାରୀ, ଏଡିଓ ପ୍ରମୁଖ ମହୀଧରପୁର ଆସିଥିଲେ। ସେଠାରେ ରାସ୍ତା କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏହାସହ ହତ୍ୟା ଧମକ ମଧ୍ୟ ଦେଇଥିଲେ । ସରପଞ୍ଚ ଜଣେ ମହିଳା ହୋଇଥିବାରୁ ସେ ଭୟଭୀତ ହୋଇ ନିରବ ରହିଥିଲେ । ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ଜଣେ ମହିଳା ଜନ ପ୍ରତିନିଧିଙ୍କୁ ଆକ୍ରମଣ କରିବା ଅର୍ଥ ଆଇନ୍ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡିଲାଣି ବୋଲି ଅନୁଭବ ହେଉଛି । ତେଣୁ ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।
