• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୁଳ ଡିଭିଜନ ର ସହକାରୀ ବନ ସଂରକ୍ଷକ (ACF)ଙ୍କ ନେତୃତ୍ଵରେ ନିଶା ସେକ୍ସନ ଦଳ ଏକ ବିଶେଷ ସୁତ୍ରରୁ ସୂଚନା ପାଇ ଥିଲେ କି ଗୋଳାବନ୍ଧ ଗ୍ରାମରେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ହୋଇ ବିକ୍ରି କରଯାଉଛି ।

ତେବେ ବନବିଭାଗ ସାନକେରଜେଙ୍ଗ ବିଟ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଏକ ଚଢାଉ କରିଥିଲେ। ଏହି ଅଭିଯାନ ସମୟରେ , ଦଳ ଗ୍ରାମରୁ ଦିଗମ୍ବର ବିଶ୍ଵାଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ଓ ତାଙ୍କ ବାସଭବନରୁ ପ୍ରାୟ ଦେଢ କିଲୋଗ୍ରାମ ଜଙ୍ଗଲୀ ଘୁସୁରି ମାଂସ ଜବତ କରିଥିଲେ।

ଏହା ସହିତ ପ୍ରାୟ ଏକ କିଲୋଗ୍ରାମ ଜିଆଇ ବାଇଣ୍ଡିଙ୍ଗ ତାର- ଯାହା ସାଧାରଣତଃ ଅବୈଧ ଶିକାର କାର୍ଯ୍ୟକଳାପ ସହିତ ଜଡିତ କରାଯାଇଥାଏ। ଅଭିଯୁକ୍ତ ଓ ଜବତ ସାମଗ୍ରୀକୁ ପରବର୍ତୀ ତଦନ୍ତ ପାଇଁ ଅନୁଗୁଳ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଥିଲା। ଏହି ଚଢାଉ ବେଳେ ଫରେଷ୍ଟର ଶ୍ରୀମତୀ ଲିଜ ଲୀନ ସାହୁ , ବନ ରଖି ଦୀପକ ମହାନ୍ତି, ହାତୀ ସ୍କ୍ୱାର୍ଡ ଶେଖର ବାହାଦୁର , ରଞ୍ଜନ ସାହୁ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *