

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟ ବୁଢ଼ାପଙ୍କ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ୫୫ ବର୍ଷୀୟ ମହିଳା ସରସ୍ଵତୀ ସାହୁଙ୍କ ଶୁକ୍ରବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। ଶ୍ରୀକ୍ଷେତ୍ର ପୁରୀ ଦର୍ଶନ କରି ଆଜି ସକାଳେ ପହଁଞ୍ଚିବା ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ସରସ୍ଵତୀଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକ ନିକଟରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ଡ଼ାକ୍ତର ସ୍ଵାସ୍ଥ୍ୟବସ୍ଥା ଅଧିକ ଗୁରୁତ୍ତର ଥିବା ଦେଖି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାତରିତ କରାଇଥିଲା। ହେଲେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସରସ୍ଵତୀ ଜଣେ ଧର୍ମପରାୟଣା, ମିଷ୍ଟ ଭାଷୀ ଭାବେ ଅଞ୍ଚଳ ରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ପିଣ୍ଟୁ ଭୂତିଆ ବିକାଶ ସାମଲ ସମେତ ଗ୍ରାମ ପଞ୍ଚାୟତର ବହୁ ବିଶିଷ୍ଟ ଚିକିତ୍ସାଳୟରେ ପହଞ୍ଚି ଶେଷ ଦର୍ଶନ କରି କିପରି ବ୍ୟବଚ୍ଛେଦ ଶୀଘ୍ର କରାଯାଇ ପାରିବ ବ୍ୟବସ୍ଥା କରାଇଥିଲେ । ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
