• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବୁଢ଼ୀ ପାହାଡ ବନ ସଂରକ୍ଷଣ ସମିତି ଠାରେ ପାଳିତ

Bymamatanews

Oct 6, 2024
Spread the love

୭୦ ତମ ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ଦିବସ ଅବସରରେ ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ଦିବସ ଅବସରରେ ଜରପଡା ବନାଞ୍ଚଳ ଅଧିକାରୀ ଶ୍ରୀ ମାଧବ ଚନ୍ଦ୍ର ନାୟକ ଙ୍କ ତତ୍ଵାବଧlନରେ ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢ଼ୀ ପାହାଡ ବନ ସଂରକ୍ଷଣ ସମିତି ଠାରେ ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା କୁ ସଭା ସମିତି ଓ ଶୋଭଯାତ୍ରା ମାଧ୍ୟମ ରେ ସଚେତନତା କରାଇଥିଲେ l

ଏଥିରେ ପରିବେଶବିତ୍,ସମାଜସେବୀ ଚିନ୍ମୟୀ ଦାସ, ବୁଢ଼ୀ ପାହାଡ ବନ ସଂରକ୍ଷଣ ସମିତି ର ସଭାପତି ଶ୍ରୀ ସୁରଥ ନାଏକ ଓ ସଭ୍ୟ ସମୁହ ବନପାଳ ବସନ୍ତ ଗଡ଼ନାୟକ ଜରପଡା ସେକ୍ସନ, ସାଇକୃପା ସ୍ଵଂୟ ସହାୟକ ଗୋଷ୍ଠୀ ଓ ମାଆ ବୁଢୀ ସ୍ଵଂୟ ସହାୟକ ଗୋଷ୍ଠୀ ର ସଭ୍ୟା ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ଶ୍ରୀ ମାଧବ ଚନ୍ଦ୍ର ନାୟକ ଙ୍କ ତତ୍ଵାବଧାନରେ ଅକ୍ଟୋବର ଦୁଇ ତାରିଖ ଠାରୁ ଅକ୍ଟୋବର ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ଆହୁରି ଅଭିନବ ପ୍ରୟାସ ଦ୍ବାରା ତ୍ୱରାନ୍ୱିତ କରିବାକୁ ଶ୍ରୀ ମାଧବ ଚନ୍ଦ୍ର ନାୟକ ଦାସ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *