• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଲାଞ୍ଚ ନେଲେ ଡାକ୍ତର କରିବେ ଅସ୍ତ୍ରୋପଚାର

Bymamatanews

Nov 6, 2024
Spread the love

ଅଭିଯୋଗ ହୋଇନାହିଁ କହି ମନ୍ତବ୍ୟ ଦେଲେ ମୁଖ୍ୟ ଚିକିତ୍ସା ଅଧିକାରୀ

ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଚିକିତ୍ସା ଅଧିକାରୀ ଙ୍କ ଏହିପ୍ରକାର ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିବାଦ ଦିନକୁ ବଢି ଚାଲିଛି। ଯାହା ଫଳରେ ରୋଗୀ ମାନେ ଚିକିତ୍ସା ପାଇଁ ଆସିବାକୁ ଭୟ କରୁଛନ୍ତି। ଡାକ୍ତର ଚିକିତ୍ସା କରିବା ବଦଳରେ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁଦିନ ଧାଡ଼ି ଯନ୍ତ୍ରଣା, ଚିକିତ୍ସା ଅବହେଳା,ଡାକ୍ତର ନ ଆସିବା ଏବଂ ଡାକ୍ତର ଲାଞ୍ଚ ନେବା ବିବାଦ ଘେରକୁ ଟାଣି ଆଣୁଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶିବାନନ୍ଦ ମହାନ୍ତି କିଛି ଜାଣି ପାରୁ ନାହାଁନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବରଂ ଖାମଖିଆଲ ମନୋଭାବ ଗ୍ରହଣ କରିଥିଲେ। ଯାହା ଫଳରେ ଗରିବ ପରିବାରରୁ ଆସୁଥିବା ରୋଗୀ ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଧାର କରଜ କରି ବାଧ୍ୟରେ ଟଙ୍କା ଦେଉଛନ୍ତି।

ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ଡାକ୍ତର ଲାଞ୍ଚ ନେବାବେଳେ ଧରାପଡ଼ି ଯାଇଛନ୍ତି। ତାଳଚେର ବ୍ଲକ ଭରତପୁର ଅଞ୍ଚଳର ସୁନିଲ ମୁଣ୍ଡାଙ୍କ ପୁଅ ନିରଞ୍ଜନ ମୁଣ୍ଡା ଗତ ୩୧.୧୦.୨୦୨୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।ମଳକଣ୍ଟକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଦିପ କୁମାର ଧର କହିଥିଲେ। ଏହି ଚିକିତ୍ସା ହେଲେ ଆଠ ହଜାର ଟଙ୍କା ଦେବାକୁ ପଡିବ ବୋଲି ନିରଞ୍ଜନଙ୍କୁ କହିଥିଲେ। ନିରଞ୍ଜନ ନିରୁପାୟ ହୋଇ ତାଙ୍କର ସହଯୋଗୀଙ୍କ ଠାରୁ ଧାର କରି ଛଅ ହଜାର ଟଙ୍କା ଡାକ୍ତରଙ୍କ ଫୋନ ପେକୁ ପଠାଇ ଥିଲେ। ନିରଞ୍ଜନ ଟଙ୍କା ପଠାଇ ସାରି ଡାକ୍ତରଙ୍କୁ ଫୋନ କରି କହିଥିଲେ ଏବଂ ଡାକ୍ତର ମେଡିସିନ ସନ୍ଧ୍ୟାରେ ଲଲେଖିଦେବି ବୋଲି କହିଥିଲେ। ଏ ଘଟଣା ବିଷୟରେ ଡାକ୍ତର ପ୍ରଦିପ କୁମାର ଧରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ମୁଁ ରୋଗୀଙ୍କୁ ଟଙ୍କା ମାଗି ନାହିଁ କି ଟଙ୍କା ନେଇ ନାହିଁ ବୋଲି କହିଥିଲେ ଏବଂ ଡାକ୍ତର ଧର କିଛି ସମୟ ପରେ ମୋ ଆକାଉଣ୍ଟକୁ ଛଅ ହଜାର ଟଙ୍କା ଆସିଛି ବୋଲି କହିଥିଲେ।ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଏ ଘଟଣା ବିଷୟରେ ଜାଣିନାହିଁ ବୋଲି କହିଥିଲେ। ଅଭିଯୋଗ ହେଲେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ କହିବା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ କିଛି ଜାଣି ପାରୁ ନାହାଁନ୍ତି । କେବଳ ରବର ଷ୍ଟାମ୍ପ ହୋଇ ରହିଛନ୍ତି। ପୂର୍ବରୁ ଏହି ଭଳି ଅଭିଯୋଗ ହୋଇଥିଲେ ମଧ୍ଯ କୌଣସି ପଦକ୍ଷେପ ନେଇ ନାହାନ୍ତି ଯାହା ଫଳରେ ଆଜି ଏପରି ଅବସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି।

Leave a Reply

Your email address will not be published. Required fields are marked *