ମଦୁଆଙ୍କ ଠାରୁ ଅତିଷ୍ଠ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଞ୍ଜରା ଗ୍ରାମ ର ୧୨ ଗୋଟି ସୋୟଙ୍ଗ ସହାୟକ ମହିଳା ଗୋଷ୍ଠୀ କୋଡ଼ିଏ ବର୍ଷ ହେବ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ୨ ରୁ ୩ ବର୍ଷ ହେବ ୩/୪ ଜଣ ବ୍ୟକ୍ତି କୋଠ ଘର ଠାରୁ ପ୍ରାୟ ପଚାଶ ମିଟରରେ ଦେଶୀ ମଦ ବିକ୍ରି ହେଉଥିବାରୁ ଯାହା ଫଳରେ ଆମ୍ଭ ଗ୍ରାମ ଓ ଅନ୍ୟ ଗ୍ରାମ ର ମଦୁଆ ଆସି ମଦ ସେବନ କରିବା ସହ ଖରାପ ଭାଷା ପ୍ରୋୟଗ କରିବାରୁ ଝିଅ ବୋହୂ ମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଶେଷ ରେ ଆଜି ନ୍ୟାୟ ପାଇଁ ଗ୍ରାମ ମହିଳାମାନେ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି।

