ସିଟି ଓ ଜିଏସଟି ଟିମର ଚଢାଉ ପରେ ହୃଦଘାତରେ ଜୟପୁରର ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ସଦସ୍ୟ ମାନେ ଏକାଠି ହୋଇ ୩ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ମଙ୍ଗଳବାର ଧନତେରାସ୍ ରେ ସିଟି ଜିଏସଟି ବିଭାଗ ହରପ୍ରସାଦଙ୍କ ଜୁଏଲାରୀ ଦୋକାନରେ ରେଡ୍ କରିଥିଲା । ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ। ତାଙ୍କ ଭାଇ ଅଭିଯୋଗ କରିଛନ୍ତି ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନର ଚଢାଉ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ଚଢାଉ କରାଗଲା। ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି।ଅନୁଗୋଳର ସୁନା ଦୋକାନି ଙ୍କ ଉପରେ GST ଅଧିକାରୀ ମନୋମୁଖୀ ଭାବେ ରେଡ କରୁଥିବା ଅଭିଯୋଗ ଆଣିଛନ୍ତି। ଆଗାମୀ ଦିନରେ ଏନ ଫୋର୍ସମେଣ୍ଟ କରିବା ପୂର୍ବରୁ ସଠିକ ଭାବେ ନୀତି ନିୟମ ଅନୁପାଳନ କରିବା ଦିଗରେ ଧ୍ୟାନ ଦେବା ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଆମେ ବ୍ୟବସାୟୀ କର ଦିଆଯିବ ନାହିଁ। ଜୟପୁର ର ସୁନା ବ୍ୟବସାୟୀ ଙ୍କୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।
