• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୁରୁଷ ମାନସିକ ବିକାର ଗ୍ରସ୍ତ ପୁନର୍ବାସ କେନ୍ଦ୍ର ନିମନ୍ତେ ଦାବୀ ପତ୍ର ପ୍ରଦାନ

Bymamatanews

Jan 7, 2025
Spread the love

ଅନୁଗୋଳ (୦୭/୦୧/୨୦୨୫) ଶିରିଡି ସାଇ ଆତ୍ମ ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ୨୦୧୩ ମସିହାରୁ ରାଜ୍ୟର ଭିନ୍ନଭିନ୍ନ ସ୍ଥାନ ରେ ମାନସିକ ବିକାର ଗ୍ରସ୍ତ ଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ କାର୍ଯ୍ୟ କରିଆସୁଅଛି, ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲା ରେ ମାନସିକ ବିକାର ଗ୍ରସ୍ତ ମହିଳା ରୋଗୀ ଙ୍କ ପାଇଁ ପିପୁଲସ ଫୋରମ ମିଶନ ଆଶ୍ରା କାର୍ଯ୍ୟରତ ଥିବା ସମୟରେ ପୁରୁଷ ମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ |

ସେଥିପାଇଁ ପାଇଁ ଅନ୍ୟ ଜିଲ୍ଲା ତଥା ଝାରସୁଗୁଡା ସ୍ଥାନାନ୍ତରିତ କରିବାକୁ ପଡୁଅଛି | ଜିଲ୍ଲା ରେ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଟ୍ରଷ୍ଟ ସଭାପତି ବିଦ୍ୟାଧର ନାଏକ,ସ୍ବେଛାସେବୀ ଅନୁପ ପଟନାୟକ, ଟ୍ରଷ୍ଟ ସଯୋଜକ ଅଜୟ ତ୍ରିପାଠୀ ଓ କର୍ମକର୍ତା ଜୁଲୁ କୁମାର ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତୀମୟ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନା ମୁତାବକ ଅତିରିକ୍ତ ଜିଲ୍ଲାପାଳ ଏହି ସମସ୍ୟା ଉପରେ ଆଲୋଚନା କରିବା ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଅବଗତ କରାଇବା ନିମନ୍ତେ ପଦକ୍ଷେପ ନେଇଛନ୍ତି ଓ ଯଥାଶୀଘ୍ର ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରାଯିବ ବୋଲି ଜଣାଇଛନ୍ତି

Leave a Reply

Your email address will not be published. Required fields are marked *