ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିଲେ । ଏହାକୁ ନେଇ ଡାକ୍ତରଖାନା ଚଳଚଞ୍ଚଳ ହୋଇ ପଡ଼ିଥିଲା। ଟିମ ପହଞ୍ଚିବା ପରେ ସେମାନଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ବାଗତ କରିଥିଲେ।

ଏହି ଟିମ୍ ପ୍ରଥମେ ବର୍ଜ୍ୟବସ୍ତୁ ପରିଚାଳନା, ଶବ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଥିବା ବର୍ଜ୍ୟବସ୍ତୁ ପରିଚାଳନ ଚାଳନା କେନ୍ଦ୍ରକୁ ଯାଇ ସ୍ଥିତି ପରଖି ଥିଲେ

ଆଇସିୟୁ ବିଲ୍ଡିଂର ସ୍ଵଚ୍ଛତା ଦେଖି ବିରକ୍ତ ମନୋଭାବ ଥିବାର ନଜରକୁ ଆସିଥିଲା। ସବୁ ବିଭାଗରେ କିଛି ନା କିଛି ଭୁଲକୁ ଏହି ଟିମ ଧରିଥିବା ବେଳେ ତ୍ରୁଟିରେ ସୁଧାର ଆଣିବାକ୍ ବାକୁ ପରାମର୍ଶ ଦେଇଥିଲେ ।
ଶେଷରେ କାୟାକଳ୍ପ ଟିମ୍ ନିଜର ବକ୍ତବ୍ୟରେ କହିଥିଲେ କି ଚନ୍ଦ୍ରମା ରେ ବି କଳଙ୍କ ରହୁଛି ଯାହାବି ତ୍ରୁଟି ରହିଛି ତାହାର ସୁଧାର ଆଣିବା ପାଇଁ ଚିକିତ୍ସାଳୟ କତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

