• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡ଼ିଶା ଟ୍ବେଣ୍ଟି-୨୦ ବଧିର କ୍ରିକେଟ ମ୍ୟାଚ୍ ଉଦଯାପିତ

Bymamatanews

Feb 7, 2025
Spread the love

ଓଡ଼ିଶା ଡିଫ୍ ଟାଇଗର ଚମ୍ପିୟାନ

ଅନୁଗୁଳ (୦୬.୦୨.୨୦୨୫) କଦମ ପଡ଼ିଆ ଠାରେ ଓଡ଼ିଶା ବଧିର କ୍ରିକେଟ ସଂଘ ଆନୁକୂଲ୍ୟରେ ଫେବୃଆରୀ ୩ ତାରିଖ ଠାରୁ ଆୟୋଜିତ ହୋଇଥିବା ପ୍ରଥମ ଓଡିଶା ଟ୍ବେଣ୍ଟି-୨୦ ବଧିର ଲିଗ୍ ଗୁରୁବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୪ ଗୋଟି ବଧିର ଦଳ ଯୋଗ ଦେଇଥିଲେ । ଏଥିରେ ୭ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଜିର ଫାଇନାଲ ମ୍ୟାଚ୍ ଓଡ଼ିଶା ଡିଫ୍ ଟାଇଗର ଓ ଓଡ଼ିଶା ଡିଫ୍ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଓଡ଼ିଶା ଡିଫ୍ ଟାଇଗର ଟଚ୍ ଜିତି ପ୍ରମମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୨୦ ଓଭର୍ ରେ ୫ ଓ୍ବିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିବା ବେଳେ ଓଡ଼ିଶା ଡିଫ୍ ଲାୟନ୍ସ ୧୬ ଓଭର୍ ରେ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୬୨ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ। ଏଥିରେ ଓଡ଼ିଶା ଡିଫ୍ ଟାଇଗର ବିଜୟ ଲାଭ କରି ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟଙ୍କ ଠାରୁ ଚାମ୍ପିଆନ୍ ଟ୍ରଫି ଗ୍ରହଣ କରିଥଲେ । ସନ୍ତୋଷ ମହାପାତ୍ର ମ୍ୟାନ ଅଫ୍ ଦି ସିରିଜ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ବେଷ୍ଟ ବୋଲର୍ ନବୀନ ଅଗ୍ରଓ୍ବାଲା ଓ ଅମନ୍ ଜେନା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଢେଙ୍କାନାଳ ସଭାପତି ଅନୁଗୁଳ ବଧିର ସଭାପତି ପର୍ଶୁରାମ ଦାଶ ଓ ଉପାଧ୍ୟକ୍ଷ ମନୋରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତ ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶା ବଧିର କ୍ରିକେଟ ସଂଘର ସମ୍ପାଦକ ସାଗରକାନ୍ତ ସେନାପତି, ଅନୁଗୁଳ ବଧିର ସଂଘର ସମ୍ପାଦକ ବିଶ୍ଵଜିତ ହୋତା ସମସ୍ତ ସଦସ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *